ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାରେ ଶିଶୁ ଶ୍ରମିକ ମୁକ୍ତ ଓଡିଶା ଗଠନ ର ସଚେତନତା କାର୍ଯ୍ୟକ୍ରମ

0
105
ବୌଦ୍ଧ ଜିଲ୍ଲା ଶ୍ରମ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୪/୦୬) : ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଆଜି ଶିଶୁ ଶ୍ରମିକ ଓଡିଶା ଗଠନ ପାଇଁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇ ଯାଇଛି l ଗ୍ରାମୀଣ ଶ୍ରମ ନିରୀକ୍ଷକ କନ୍ୟାକୁମାରୀ ସାହୁ ଙ୍କ ନେତୃତ୍ୱ ରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ବାହାରି ବୌଦ୍ଧ ଏନ.ଏ.ସି. ସାରା ସଚେତନତା ର ବାର୍ତ୍ତା ଦେଇଛି lWhatsApp Image 2022 06 04 at 7.56.36 PM ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାରେ ଶିଶୁ ଶ୍ରମିକ ମୁକ୍ତ ଓଡିଶା ଗଠନ ର ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ସବୁଜ ପତାକା ଦେଖାଇ ରଥ ର ଶୁଭାରମ୍ଭ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ନିଜରତ ଅଫିସର ବିଜୟ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଉପ-ଜିଲ୍ଲାପାଳ ସନତ କୁମାର ନାଏକ, ଷ୍ଟେନୋ ଜ୍ୟୋତିର୍ମୟୀ ନନ୍ଦ, ବରିଷ୍ଠ ସହାୟକ ସର୍ବେଶ୍ୱର ଦାନୀ, ରଶ୍ମି ରଞ୍ଜନ ପାଣିଗ୍ରାହୀ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୧୪ ବର୍ଷ ରୁ କମ କୌଣସି ଶିଶୁ କୁ କୌଣସି କାମରେ ନିୟୋଜିତ ନ କରିବା, ୧୫ ରୁ ୧୮ ବର୍ଷ ମଧ୍ୟରେ କୌଣସି ବିପଦଶଙ୍କୁଳ କାମରେ ନିୟୋଜିତ ନ କରିବା, ଏପରି ଅପରାଧ କଲେ ୫୦,୦୦୦/- ଜୋରିମାନା ସହ ଜେଲ ଦଣ୍ଡ ଆଇନ ରହିଥିବା ନେଇ ସମସ୍ତ ଙ୍କୁ ସଚେତନ କରାଯାଇଥିଲା l

ସେହିପରି କୌଣସି ସ୍ଥାନରେ ଏପରି ଅପରାଧ ଘଟୁଥିଲେ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲାପାଳ ଙ୍କୁ ଅବଗତ କରାଯିବା ସହ ୧୦୯୮ ହେଲପ ଲାଇନ ନଂ ରେ ସୂଚନା ଦେବାପାଇଁ ମଧ୍ୟ ସଚେତନ କରାଯାଇଥିଲା l ଏହି ସଚେତନତା ଫଳରେ ଶିଶୁ ଶ୍ରମିକ ନିଶ୍ଚିତ ଭାବରେ ରୋକା ଯାଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ମତବ୍ୟକ୍ତ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ସଂଯୋଜକ ସୁଜିତ କୁମାର ଦାଶ ଏବଂ ଡାଟା ଏଣ୍ଟ୍ରି ଅପରେଟର କାହ୍ନୁ ଚରଣ ମହାରଣା, ରାଜେଶ ବାରିକ, ଆର. ବିଜୟ କୁମାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l