ଚୋରା ଦେଶୀ ରନ୍ଧା ମଦ ସହ ଦୁଇ ଗିରଫ

0
158
ଚୋରା ଦେଶୀ ରନ୍ଧା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ପାଟଣାଗଡ଼, ତା (୦୪/୦୬) : ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରା ଦେଶୀ ରନ୍ଧା ମଦ ସହ ମହୁଲ ପୋଚ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

ଉକ୍ତ ଚଢ଼ାଉ ରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଲରମ୍ଭା ଥାନା ଗଡିଆଜୋର ଗ୍ରାମ ର ମେଘ ମେହେର (୪୦) ଓ ଅଏଁଲାତୁଙ୍ଗା ଗ୍ରାମ ର କୃଷ୍ଣ ବରିହା (୪୩) । ଅବକାରୀ ବିଭାଗ ସୂଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଅବକାରୀ ଉପନୀରିକ୍ଷକ ବିଶ୍ଵନାଥ ପରିଡ଼ାଙ୍କ ନେତୃତ୍ୱରେ ଗୋଟିଏ ସ୍ୱତନ୍ତ୍ର ସ୍କ୍ୱାର୍ଡ ଟିମ ଗଠନ କରି ଦୀର୍ଘ ଦିନରୁ ନିଜ ଘରେ ଚୋରା ଦେଶୀ ରନ୍ଧା ମଦ ପ୍ରସ୍ତୁତ ଓ ବିକ୍ରି କରୁଥିବା ଉକ୍ତ ଦୁଇ ଜଣଙ୍କ ଘରକୁ ଚଢ଼ାଉ କରାଯାଇଥିଲା ।

ଚଢ଼ାଉ ରେ ମେଘଙ୍କ ଘରୁ ୭ କ୍ୱିଣ୍ଟାଲ ମହୁଲ ଫୁଲ ସହ ୧୫ ଲିଟର ଦେଶି ରନ୍ଧା ମଦ ଓ କୃଷ୍ଣଙ୍କ ଘରୁ ୨୦ ଲିଟର ଦେଶୀ ରନ୍ଧା ମଦ ତଥା ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରି ଉଭୟ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ୍‌କୁ ପଠାଇ ଦିଆଯାଇଥିବା ଅବକାରୀ ଉପନୀରିକ୍ଷକ ବିଶ୍ଵନାଥ ପରିଡ଼ା ସୂଚନା ଦେଇଛନ୍ତି ।