ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରାଣୀ ଚିକିତ୍ସକ ଡଃ. ବୀରେନ୍ଦ୍ର କୁମାର ପୃଷ୍ଟିଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତ କାର

0
124
ଅନ୍ତର୍ଜାତୀୟ ପୁରସ୍କାର

ରିପୋର୍ଟ : ସୁଶାନ୍ତ ବେହେରା 
ହରଭଙ୍ଗା, (୦୭/୦୬) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଦୀର୍ଘଦୀନ ଧରି ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ପଦବୀ ଖାଲି ପଡିଥିବା ହେତୁ ଜନ ଅସନ୍ତୋଷ ଦେଖାଦେଇଥିଲା । ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଓ କିଷ୍ଟୋନ ସ୍କଲାରସିପ ପ୍ରାପ୍ତ ଡଃ. ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କୁ ଯୋଗଦାନ ପରେ ଏହି ଅସନ୍ତୋଷ ପରିମିତ ହୋଇଛି ।

ସ୍ୱତନ୍ତ୍ର ସାକ୍ଷାତକାରରେ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରାଣୀ ଚିକିତ୍ସକ ଡଃ. ପୃଷ୍ଟି ସୂଚନା ଦେଇଛନ୍ତି ଅଳ୍ପ ଦିନ ମଧ୍ୟରେ ନିଷ୍ଠାପର ଉଦ୍ୟମ ଦ୍ୱାରା ହତାଶ ହୋଇ ପଡିରହିଥିବା ପ୍ରାଣୀ ପାଳକ ଓ ଉଦ୍ଦ୍ୟୋଗୀ ମାନଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର ହୋଇପାରିଛି । ସେ ଗତ ମହାମାରୀ ସମୟରେ ଗଠିତ ୭ ଜଣିଆ ବିଶେଷଜ୍ଞ (ପ୍ରାଣୀ ଚିକିତ୍ସକ) ଟିମ ର ସାରଥୀ ସାଜିଥିଲେ ।

ବୌଦ୍ଧ ଜିଲ୍ଲା ରୁ ସଂଗୃହିତ ନମୁନା ଗୁଡିକର ପରୀକ୍ଷଣ କରିଥିବା ଦର୍ଶାଇ ଥିଲେ । ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ବଳ ବିକାଶ ପାଇଁ ଉଦ୍ଧିଷ୍ଟ ଲିଙ୍ଗ ନିରୂପଣ ଶୂକ୍ରାଣୁ ବ୍ୟବହାରରେ ହରଭଙ୍ଗା ବ୍ଲକ ସମଗ୍ର ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରିଛି ଏବଂ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ପ୍ରାଣୀ ସମ୍ପଦ ତଥା ପ୍ରାଣୀ ପାଳକ ମାନଙ୍କ ପାଇଁ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ଶ୍ରୀ ପୃଷ୍ଟି ଜଗଦାନ ପରେ ସୁରୁଖୁରୁରେ ଚାଲୁଥିବା ପ୍ରାଣୀ ପାଳନ ବିଭାଗ କର୍ମଚାରୀ ମାନେ ମାତାବ୍ୟକ୍ତ କରିଛନ୍ତି ।

ବିଗତ କିଛିଦିନ ତଳେ ବ୍ଲକ ର ଖଣ୍ଡହତା ଗ୍ରାମରେ କିଛି ବାଛୁରୀ ଜଳଜଳିଆ ରୋଗରେ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବାରେ ଲାଗିଥିଲେ । ପ୍ରାଣୀ ପାଳନ ବିଭାଗ ହରଭଙ୍ଗା ର କର୍ମ ଚାରି ଓ ଧଳପୁର LI ନାରାୟଣ ବାରିକ ଦୃଢତା ର ସହ ତ୍ୱରାନ୍ୱିତ ପଦକ୍ଷେପ ଗ୍ରହଣ କରି ଏହାକୁ ନିୟନ୍ତ୍ରିତ କରିପାରିଥିଲେ ଏବଂ ଆଖ ପାଖ ଧଳପୁର, ସାକୁସିଙ୍ଗା, ବେଲପଦର, ଉଆଳ, ରାମଗଡ, କୋଇଲିସୁତା, ପଲସପାଟ, ପ୍ରଗଲପୁର ଇତ୍ୟାଦି ଗ୍ରାମ ଗୁଡିକରେ ଟିକାକରଣ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ । ଡଃ. ପୃଷ୍ଟି ପୂର୍ବରୁ ମହାମାରୀ ନିୟନ୍ତ୍ରଣ ଶୈଳୀ ପାଇଁ ରାଜ୍ୟ ସ୍ତରୀୟ ଜୀବରୋଗ ଗବେଷଣା କେନ୍ଦ୍ର କଟକ ରୁ ପ୍ରଶଂସିତ ହୋଇଥିଲେ ।