ଓଆଇସିକୁ ଭାରତର କଡ଼ା ଜବାବ : ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ କୁ ଖାରଜ

0
194

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୦୬/୦୮) : ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିଥିଲା । ଇତି ମଧ୍ୟରେ ଏହି ଧାରା ହଟିବାକୁ ଦୁଇ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଇସଲାମିକ ସହଯୋଗ ସଂଗଠନ (Organisation of Islamic Cooperation’s) ନେଇ ଯେଉଁ ମନ୍ତବ୍ୟ ଦେଇଥିଲା ତାକୁ ଭାରତ ସରକାର ଖାରଜ କରିଛନ୍ତି । ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଓଆଇସି ଏଭଳି ବିବୃତ୍ତିକୁ ଭାରତ କେବେ ଗ୍ରହଣ କରେ ନାହିଁ । ଏହି ପ୍ରସଙ୍ଗରେ ଓଆଇସିକୁ ବୟାନବାଜିରୁ ଦୂରେଇ ରହିବା ଠିକ୍ ହେବ ବୋଲି ବୈଦେଶିକ ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରିଛି ।

ବୈଦେଶିକ ମନ୍ତ୍ରାଳୟ ବିବୃତ୍ତି ଜାରି କରି କହିଛି ଯେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ଉପରେ ଓଆଇସି ସେକ୍ରେଟେରୀ ଜେନେରାଲଙ୍କ ଏପରି ମନ୍ତବ୍ୟକୁ ଖାରଜ କରୁଛୁ । ଜମ୍ମୁ କାଶ୍ମୀର ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହି ପ୍ରସଙ୍ଗରେ କୌଣସି ପକ୍ଷର ମନ୍ତବ୍ୟ ଗ୍ରହଣୀୟ ନୁହେଁ । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଉପରେ କିଛି ସ୍ୱାର୍ଥ ନ୍ୟସ୍ତ ଗୋଷ୍ଠୀ ଓଆଇସିକୁ ବ୍ୟବହାର କୁରଛନ୍ତି । ଏହା ଗ୍ରହଣୀୟ ନୁହେଁ । ଭାରତ ଏଭଳି କହି ଓଆଇସିର ସଦସ୍ୟ ପାକିସ୍ତାନକୁ କଡ଼ା ଜବାବ ଦେଇଛି ।

ଓଆଇସି କହିଥିଲା, ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରିବା ଏକପାଖିଆ ନିଷ୍ପତ୍ତି । ଜାତିସଂଘ ସୁରକ୍ଷା ପରିଷଦ ଅନୁଯାୟୀ ଏହି ଅଞ୍ଚଳଟି ବିବାଦୀୟ ସ୍ଥିତି। ଏହାକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ କରିବାକୁ ଲକ୍ଷ୍ୟ ରହିଛି । ଯାହାକୁ ଭାରତ ଖାରଜ କରିଛି ।

ସୂଚନାଯୋଗ୍ୟ, ଦୁଇ ବର୍ଷ ପୂର୍ବେ ଅଗଷ୍ଟ ୫, ୨୦୧୯ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦କୁ ରଦ୍ଦ କରି ଦେଇଥିଲେ । ଏହାକୁ ନେଇ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି । ବିଭିନ୍ନ ସମୟରେ ଅନ୍ତର୍ଜାତୀୟ ଫୋରମରେ ଏହି ପ୍ରସଙ୍ଗ ଉଠାଇ ବେଜିତ ମଧ୍ୟ ହୋଇସାରିଛି ।

ଧାରା ୩୭୦ ହଟିବାକୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାକିସ୍ତାନ ପ୍ରାୟୋଜିତ ଭାବରେ ଓଆଇସି ଜରିଆରେ ଏହି ପ୍ରସଙ୍ଗ ଉଠାଇଛି । ତେବେ ଭାରତ ଅନ୍ତର୍ଜାତୀୟ ଫୋରମରେ ସ୍ପଷ୍ଟ କରିସାରିଛି ଯେ ଜମ୍ମୁ କଶ୍ମୀର ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ । ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣ କରାଯିବନି ।