ବାଲିଗୁଡ଼ା ପୋଲିସ କୁ ବଡ ସଫଳତା : ଏକ ଟନ ରୁ ଊର୍ଧ୍ଵ ଗଞ୍ଜେଇ ଜବତ,ଚାରି ଗିରଫ

0
180

ରିପୋର୍ଟ : ବିଭୁତି ଲହରିୟା
କନ୍ଧମାଳ,ବାଲିଗୁଡା,(୦୫/୦୮) : ବାଲିଗୁଡ଼ା ପୋଲିସ କୁ ମିଳିଛି ବଡ ସଫଳତା | ବେଆଇନ ଚୋରା ଗଞ୍ଜେଇ ଚାଲାଣ ବେଳେ ମିଡିଆକିଆ ପଞ୍ଚାୟତ ର ବରିକିଆ ରାସ୍ତାରେ ପୋଲିସ ପକ୍ଷରୁ ଆନୁମାନିକ ତିରିଶ ଲକ୍ଷ ରୁ ଊର୍ଧ୍ୱ ଟଙ୍କା ର ଗଞ୍ଜେଇ ଜବତ କରିଛି |

ବାଲିଗୁଡା ଥାନା ଡିଏସପି ସ୍ୱରାଜ ଦେବତା ଙ୍କ ନେତୃତ୍ୱ ରେ ବୁଧବାର ରାତିରେ ପେଟ୍ରୋଲିଙ୍ଗ ସମୟରେ ବରିକିଆ ଗ୍ରାମ ରୁ ଅନ୍ୟ ଜିଲ୍ଲା କୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ବେଳେ (୧୦୪୪ କେଜି) ଗଞ୍ଜେଇ ଜବତ କରିଛି ବାଲିଗୁଡ଼ା ପୋଲିସ | ଗିରଫ ବ୍ୟକ୍ତି ମାନେ ହେଲେ ବାଲିଗୁଡା ଥାନା ବରିକିଆ ଅଞ୍ଚଳ ର ଅନ୍ତେଶ୍ଵର ମଳିକ, ନରେଶ ଦିଗାଳ, ଅରୁଣ ଦିଗାଲ ଓ ଦୀନବନ୍ଧୁ ମଳିକ ବୋଲି ବାଲିଗୁଡାଥାନା ଡିଏସପି ସୂଚନା ଦେଇଛନ୍ତି |

ବାଲିଗୁଡାଥାନା କେସ 127/21ରେ ମାମଲା ରୁଜୁ କରାଯିବା ସହ ଘଟଣା ର ତଦନ୍ତ ଥାନା ଅଧିକାରୀ ବାବା ଶଙ୍କର ସରାଫ କରୁଛନ୍ତି | ଚାରି ଗିରଫ ବ୍ୟକ୍ତି ଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ବାଲିଗୁଡା ଥାନା ଡିଏସପି ସ୍ୱରାଜ ଦେବତା ସୂଚନା ଦେଇଛନ୍ତି |