ଓଡ଼ିଶା ଛୁଇଁଲା ମୌସୁମୀ

0
123
ଓଡ଼ିଶା ଛୁଇଁଲା

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୧୬/୦୬) : ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ର ସୂଚନା ଦେଇଛି ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଲା ପରେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣିଙ୍କ ସୂଚନା ଅନୁସାରେ, ନାଲଗୋଣ୍ଡା ଏବଂ ମଛଲିପଟ୍ଟନମ୍‌ ଭଳି ଅଞ୍ଚଳକୁ ମୌସୁମୀ ଛୁଇଁ ସାରିଛି । ଆନ୍ଧ୍ର ପ୍ରଦେଶ ରେ ଭଲ ବର୍ଷା ବି ହୋଇଛି ।

ମୌସୁମୀ ଓଡ଼ିଶା ଛୁଇଁବା ପୂର୍ବରୁ ରାଜ୍ୟ ର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି । ସାଧାରଣତଃ ଜୁନ୍ ୧୭ ସୁଦ୍ଧା ଓଡ଼ିଶାକୁ ମୌସୁମୀ ପ୍ରବେଶ କରିଥାଏ । ସେ ଦୃଷ୍ଟିରୁ ଦେଖିଲେ ଏ ବର୍ଷ ମୌସୁମୀ ବିଳମ୍ବ ହୋଇନି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।