ଜୁଆ ଆଡ୍ଡା ରେ ଚଢ଼ାଉ : ୬ ବାଇକ୍ ସହ ୪୬ ହଜାର ଟଙ୍କା ଜବତ

0
130
ଜୁଆ ଆଡ୍ଡା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୦୬) : ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳ ରେ ଦିନକୁ ଦିନ ଜୁଆ ଆଡ୍ଡା ବଢ଼ି ଚାଲିଛି ଯାହାକି କାଶୀନଗର ପୋଲିସ ପାଇଁ ମୁଣ୍ଡ ବ୍ୟଥା ର କାରଣ ହୋଇଛି ।

ଗତ କାଲି କାଶୀନଗର ପୋଲିସ୍ କୌଣସି ସୂତ୍ର ରୁ ଖବର ପାଇ ଅଲଡ଼ା ପଞ୍ଚାୟତ ର ରେଲିଗୁଡ଼ା ଗ୍ରାମ ର ଏକ ଆମ୍ବ ତୋଟା ରେ ଜୁଆ ଆଡ୍ଡା ଚାଲିଥିବା ନେଇ କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଏହି ଆମ୍ବ ତୋଟା ରେ ବିଭିନ୍ନ ଗ୍ରାମ ରୁ ଏଭଳି କି ଆନ୍ଧ୍ର ପ୍ରଦେଶ ରୁ ମଧ୍ୟ ଲୋକ ଆସି ଜୁଆ ଖେଳନ୍ତି । ଜୁଆ ଆଡ୍ଡାରୁ ୪୬ ହଜାର ଟଙ୍କା ସହ ୮ ଯୁଆଡି ଗିରଫ ହେବା ସହ ୬ ଟି ବାଇକ୍ ଜବତ ହୋଇ ଥିବା କାଶୀନଗର ପୋଲିସ୍ ସୂଚନା ଦେଇଛି ।