ଶିକରପାଇ ରେଳ ଷ୍ଟେସନରେ ଗାଡି ରହିବା ପାଇଁ ରେଳ ପ୍ରତିନିଧି ଙ୍କ ସହ ଆଲୋଚନା

0
350
ଶିକରପାଇ ରେଳ ଷ୍ଟେସନରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୦୪/୦୭) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ରେଳ ଷ୍ଟେସନରେ ଗାଡି ରହଣୀ ପାଇଁ ଦାବୀକରି ଗତ ପନ୍ଦର ତାରିଖ ଦିନ ଶିକରପାଇ ଭାଜପା ତରଫରୁ ଏକ ୫ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲେ ।

ଉକ୍ତ ଦାବୀ ଗୁଡିକ ଥିଲା ଶିକରପାଇ ରେଳ ଷ୍ଟେସନରେ ସମସ୍ତ ପେସେଞ୍ଜର, ଏକ୍ସପ୍ରେସ ଟ୍ରେଇନ ରହିବ, ଡି ଏମ ଇୟୁ ର ସମୟ ପରିବର୍ତନ, ରାସ୍ତା ର ମରାମତି, ପ୍ଲାଟଫର୍ମର ଉଚ୍ଚ କରିବା ଭଳି ଦାବୀ ରହିଥିଲା । ଯଦି ଆଗାମୀ ୧ ତାରିଖ ସୁଦ୍ଧା ଦାବୀ ପୁରଣ ନହେଲେ ରେଳ ରୋକ କରିବାକୁ ଦାବୀ ରହିଥିଲା । ଏହି ଦାବୀ ପତ୍ର ର ଆଧାରରେ ଡି ଆର ଏମ ଙ୍କ ନିର୍ଦ୍ଦେଶ କ୍ରମେ ଲଷ୍ମୀପୁର ରେଳ ବିଭାଗ ସବ ଇନିସ୍ପେକ୍ଟର ଦେବେନ୍ଦ୍ର କୁମାର ସେନାପତି, ରାୟଗଡ଼ା ସବ ଇନିସ୍ପେକ୍ଟର ଆପ୍ପା ରାଓ ଙ୍କ ଯୋଗାଯୋଗରେ ୧ ତାରିଖରେ ରେଳ ରୋକ ନକରିବାକୁ ଅନୁରୋଧ କରାଯାଇଥିଲା ।

ସେଥିରେ କମିଟି ରାଜି ହେଇଥିଲେ କାରଣ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଦିନ ଅନେକ ଭକ୍ତଙ୍କ ଯାତାୟାତ ପାଇଁ ବାଧା ହେବ ବୋଲି ସ୍ଥଗିତ ରଖାଯାଇଥିଲା ବୋଲି ବିଜେପି ମଣ୍ଡଳ ସଭାପତି ମନୋଜ କୁମାର ସେଠୀ, ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ପଟେଲ କହିଛନ୍ତି । ବର୍ଷା ପାଗ ସୁଦ୍ଧା ରେଳ ବିଭାଗ ର ଗୁଇନ୍ଦା ବିଭାଗ ର ଅଧିକାରୀ, ରେଳ ସୁରକ୍ଷା ବଳ ର କନେଷ୍ଟବଳ ଏ.କେ. ବେହେରା, ପଙ୍କଜ କୁମାର ଅନ୍ୟ ଅଧିକାରୀ ପୂର୍ବାହ୍ନ ୧୧ ଟା ସମୟରେ ପହଞ୍ଚି ପ୍ରତିନିଧି ଦଳ ନେତା ଙ୍କ ସହ ଆଲୋଚନା କରିଥିଲେ ।

ଏହି ଆଲୋଚନାରେ ସମସ୍ତ ପ୍ରକାର ଦାବୀ ପୁରଣ ପାଇଁ ବିଚାର ହେଇଥିଲା । ସେ ପ୍ରସ୍ତାବ ଆଗତ କରି କହୁଥିଲେ ୩ ଜଣିଆ ପ୍ରତିନିଧି ଦଳ ଆମ ତତ୍ୱବାଧାନରେ ଡି ଆର ଏମ ଙ୍କ ସହ କଥା ହେବେ ଓ ଦାବୀ ଜଣାଇବାକୁ କହିଥିଲେ । କିନ୍ତୁ ଶ୍ରୀ ସେନାପତି କୌଣସି ନିଷ୍ପତି ନେଇ ଏକ ସଠିକ ଉତ୍ତର ନ ରଖି ସନ୍ଧ୍ୟା ୪ ଟା ବେଳେ ଜଣାଇବେ ବୋଲି କହି ଲୋକଙ୍କୁ ଭଣ୍ଡାଇ ଥିବାର ଜଣା ପଡ଼ିଛି ।

କାରଣ ଏବେ ସୁଦ୍ଧା କିଛି ନିଷ୍କର୍ଷ ବାହାରି ନାହିଁ ରେଳ ରୋକକୁ ଭଣ୍ଡୁର କରିବାକୁ ଯୋଜନା କରାଯାଇଛି ବୋଲି କମିଟି ଅସନ୍ତୋଷ ର ବାତାବରଣ ସୃଷ୍ଟି ହେଇଛି ତାହା ଆଗକୁ କ’ଣ ରୂପ ନେବ କହିବା କଷ୍ଟକର ବୋଲି ବୈଠକରେ ଯୋଗଦେଇଥିବା ବରିଷ୍ଠ ନେତା ଚମିୟା ଲହରା, ଧନେଶ୍ୱର ରାଉତ, ବି. ପ୍ରଭାକର ପାତ୍ର, ହଳଧର ମିଶ୍ର, ମହିଳା ସଭାନେତ୍ରୀ ପ୍ରମିଳା ନାୟକ ଓ ଅନ୍ୟମାନେ କହିଥିଲେ ।