Friday, March 29, 2024

Top 5 This Week

Related Posts

ରୁଚିକା ଆତ୍ମହତ୍ୟା ମାମଲା : ପୋଲିସ କହିଲା, ଆତ୍ମହତ୍ୟା ପାଇଁ ବାଧ୍ୟ କରିଛନ୍ତି ହଷ୍ଟେଲ ଅନ୍ତେବାସୀ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୪/୦୭) : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପାଇଁ ଦାୟୀ ସିନିୟରଙ୍କୁ ଖୋଜୁଛି କମିଶନରେଟ ପୋଲିସ । ଏଥିପାଇଁ ଆଜି କଲେଜ ଛାତ୍ରୀ ନିବାସରେ ପହଞ୍ଚି ପୋଲିସ ଟିମ୍ ଛାନଭିନ୍ କରିଛନ୍ତି ।

ରୁଚିକା ଆତ୍ମହତ୍ୟା ମାମଲାରେ ୩୦ ସିନିୟର ଛାତ୍ରୀଙ୍କ ବୟାନ ରେକର୍ଡ ହୋଇଛି । ସୁପରିଟେଂଟ, ୱେର୍ଡେନ, ଆସିଷ୍ଟାଂଟ, ଫ୍ଲୋର ଇନଚାଜ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଏକାଧିକଙ୍କୁ ପଚରାଉଚରା କରିବା ସହ ବୟାନ ରେକର୍ଡ କରିଛି ପୋଲିସ । ୩ ଟି ଟିମ୍ ଗଠନ କରି ତଦନ୍ତ କରୁଛି ପୁଲିସ । ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଦୋଷୀ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ଏସିପି ।

ଭୁବନେଶ୍ୱର ଜୋନ-ଫୋର ର ଏସିପି ପରେଶ ରାଉତ କହିଛନ୍ତି, ହଷ୍ଟେଲ ର କିଛି ଅନ୍ତେବାସୀ ରୁଚିକାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ । କିଛି ଦିନ ହେଲା ଡିପ୍ରେସନରେ ଥିଲେ ରୁଚିକା । ସୂଚନା ଅନୁସାରେ ୧୩୪ ଜଣ ସିନିୟରଙ୍କୁ ପୋଲିସ ପଚରାଉଚୁରା କରିବ । ୩ ସିନିୟର ଛାତ୍ରୀଙ୍କ ରାଗିଂ ଯୋଗୁଁ ସେ ଚରମ ନିଷ୍ପତି ନେବାକୁ ବାଧ୍ୟ ହେଉଥିବା ଆତ୍ମହତ୍ୟା କରିବା ପୂର୍ବରୁ ରୁଚିକା ତାଙ୍କ ସୁଇସାଇଡ୍ ନୋଟରେ ଲେଖିଯାଇଛନ୍ତି । ତେବେ ସେହି ୩ ଜଣ ସିନିୟର କିଏ, କେବେଠୁ ରାଗିଂ କରୁଥିଲେ ଏବଂ କାହାର ଚାପ ଯୋଗୁଁ ରୁଚିକା ଆତ୍ମହତ୍ୟା ଭଳି ନିଷ୍ପତି ନେଲେ ସେ ନେଇ ପଚରାଉଚରା ଜାରି ରଖିଛି ତଦନ୍ତକାରୀ ଟିମ୍ ।

ସେପଟେ, ଝିଅ ର ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରୁଚିକାଙ୍କ ବାପା । କହିଛନ୍ତି, ଝିଅ ଅନେକ ସ୍ୱପ୍ନ ନେଇ ବଡ କଲେଜରେ ପାଠ ପଢ଼ିବାକୁ ଯାଇଥିଲା । ହେଲେ, ସିନିୟରଙ୍କ ନିର୍ଯାତନା ଯୋଗୁଁ ସହି ନପାରି ଏଭଳି ଚରମ ନିଷ୍ପତି ନେଇଛି । ଯେଉଁମାନେ ଝିଅ ମୃତ୍ୟୁ ପାଇଁ ଦାୟୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

Popular Articles