କାର ଓ ବାଇକ ମୁହଁl ମୁହିଁ ଧକ୍କା : ବାଇକ ଆରୋହୀ ଗୁରୁତର, କାର ଚାଳକ ଫେରାର

0
658

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ(୦୭/୦୮) : ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ବିରାନରସିଂ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂମୁଖ ରେ ଆଜି ଅପରାହ୍ନ ୨.୩୦ ମିନିଟ ସମୟରେ କାର ଓ ବାଇକ ମୁହଁl ମୁହିଁ ଧକ୍କା ହୋଇଥିବାର ସୂଚନା ମିଳିଛି |

ସୂଚନାନୁଯାଇ ଚାରିଛକ ପଟୁ ବୌଦ୍ଧ ଆଡକୁ ଯାଉଥିବା OD27B5699ନଂ ମାରୁତି ସୁଜୁକି ସହ OD 27A2039TVS ବାଇକ ମଧ୍ୟରେ ମୁଁହା ମୁହିଁ ଧକ୍କା ହୋଇଥିଲା | ଫଳରେ କାର ଓ ବାଇକ ବାଇକ ଥିବା ଆରୋହୀ ଦୁଇଜଣ ଗୁରୁତର ଆଘାତ ହୋଇଥିଲେ |

ଆହତ ଦୁଇଜଣ ତିଲେଶ୍ୱର ପଂଚାୟତ କୃଷ୍ଣ ପାଲି ଗ୍ରାମର ବସନ୍ତ ବେହେରା (୩୦)ଓ ବାଡି଼କାଟା ଗ୍ରାମର ନିର (୫୦) | ଆହତ ଦୁଇଜଣଙ୍କୁ ବୌଦ୍ଧ ଅଗ୍ନିଶମ ଗାଡ଼ିରେ ବୌଦ୍ଧ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ନିଆଯାଇଛି | ଜନସାଧାରଣ ଙ୍କ କହିବାନୁଯାଇ ଗୋଟିଏ ଟ୍ରକ କୁ ଓଭରଟେକ କରି କାରଟି ବାଇକକୁ ଧକ୍କା ଦେଇଥିଲା | ଘଟଣା ସ୍ଥଳରୁ କାର ଚାଳକ ଫେରାର ହୋଇଛି | ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଂଚି ଦୁଇ ଗାଡିକୁ ଜବଦ କରି ତଦନ୍ତ ଜାରିରଖିଛି |