ହରଭଙ୍ଗା ବ୍ଲକ ରେ ବିଜୁଳି ସେବା ଅପର୍ଯ୍ୟସ୍ତ : ଉପଭୋକ୍ତାଙ୍କ ଅସନ୍ତୋଷ ପ୍ରକାଶ

0
225

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, ବୌଦ୍ଧ, (୦୨/୦୮) : ବୌଦ୍ଧ ଜିଲ୍ଲା ର ଅପହଞ୍ଚ ହରଭଙ୍ଗା ବ୍ଲକ ରେ ବିଜୁଳି ସେବା ଦିନ କୁ ଦିନ ବହୁ ଅପର୍ଯ୍ୟସ୍ତ ଅବସ୍ଥା ରେ ଉପଭୋକ୍ତା ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି |

ସାଧାରଣ ଫ୍ୟୂଜ ବାନ୍ଧିବା ପାଇଁ ଗ୍ରାହକ ସେବା କୁ କଲ କରିବାକୁ ପଡୁଛି ଓ ଘଣ୍ଟା ଘଣ୍ଟା ସମୟ ଉପଭୋକ୍ତା ମାନେ ବିଜୁଳି ରୁ ବଞ୍ଚିତ ହେଉଛନ୍ତି | ଟିକିଏ ପବନ କି ବର୍ଷା ହେଲେ ବିଜୁଳି ରହୁନି ଦିନରାତି | ହରଭଙ୍ଗା ବ୍ଲକ ରେ ବୋଧେ ବିଜୁଳି ବିଭାଗ ର ପ୍ରଥମ କାମ ବିଜୁଳି କାଟ |

ଘନ ଘନ ବିଜୁଳି କାଟ ଯୋଗୁଁ ଉପଭୋକ୍ତା ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ତେଣୁ ବିଭାଗୀୟ ଯନ୍ତ୍ରୀ ମାନେ ପ୍ରଥମେ ଧ୍ୟାନ ଦେଵା ଦରକାର ବିଜୁଳି ଯେମିତି କାଟୁଛନ୍ତି ସେତେ ଶୀଘ୍ର ବିଜୁଳି ସେବା ଯୋଗାଇବା ଦରକାର ବୋଲି ବ୍ଲକ ବାସି ଅଭିଯୋଗ ଜଣାଇଛନ୍ତି |