ପବିତ୍ର ରଥଯାତ୍ରା ଅବସରରେ ଭଜନ ଓ ନୃତ୍ୟ ପରିବେଷଣ

0
261
ପବିତ୍ର ରଥଯାତ୍ରା ଅବସରରେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୭/୭) : ପବିତ୍ର ରଥଯାତ୍ରା ଅବସରରେ ସ୍ଥାନୀୟ ମାଉସୀ ମାଁ ପରିସରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଭଜନ ଓ ନୃତ୍ୟ ପରିବେଷଣ କରିଥିଲେ lWhatsApp Image 2022 07 07 at 7.52.14 PM ପବିତ୍ର ରଥଯାତ୍ରା ଅବସରରେ ଭଜନ ଓ ନୃତ୍ୟ ପରିବେଷଣ

ପବିତ୍ର ରଥଯାତ୍ରା ଅବସରରେ ପ୍ରଥମ ଦିନରେ ନେତାଜୀ ୟୁଥ ଆସୋସିଏସନ, ଦ୍ଵତୀୟ ଦିନରେ ସ୍ୱର ସାଗର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ପରିବେଷଣ କରିଥିଲେ l ସେହିପରି ତୃତୀୟ ଦିନରେ ଗାୟତ୍ରୀ ସଙ୍ଗଠନ ତରଫରୁ ନୃତ୍ୟ ପରିବେଷଣ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଯୋଗଦନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l

ଏଥିରେ ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ରାୟଗଡ଼ା ଭୀମସେନ ଶବର, ତହସିଲଦାର ରାୟଗଡ଼ା, ତାପସ କୁମାର ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ ପ୍ରମୁଖ ଯୋଗଦାନ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l ଗାୟତ୍ରୀ ସଙ୍ଗଠନ ର ସଭାପତି ଯେ. ସୁକାନ୍ତ ଙ୍କ ଉଦ୍ୟମରେ ଏହି ନୃତ୍ୟ କାର୍ଯ୍ୟକ୍ରମରେ ୧୮ଟି ନୃତ୍ୟ ଶିଳ୍ପୀ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମୁଗ୍ଧ କରିଥିଲେ l