ବୌଦ୍ଧ ଟାଉନ ହଲ ଠାରେ କଳାକାରଙ୍କ ପାଇଁ ଦୁଇ ଦିନିଆଁ ଚୟନ ପ୍ରକ୍ରିୟା ଆରମ୍ଭ

0
141
ବୌଦ୍ଧ ଟାଉନ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୭/୭) : ୦୭/୦୭/୨୦୨୨ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟୋଜିତ ପଞ୍ଜୀକୃତ କଳାକାରଙ୍କ ଦୁଇ ଦିନିଆଁ ଚୟନ ପ୍ରକ୍ରିୟା ବୌଦ୍ଧ ଟାଉନ ହଲ ଠାରେ ଆରମ୍ଭ ହୋଇଛି ।WhatsApp Image 2022 07 07 at 7.52.44 PM ବୌଦ୍ଧ ଟାଉନ ହଲ ଠାରେ କଳାକାରଙ୍କ ପାଇଁ ଦୁଇ ଦିନିଆଁ ଚୟନ ପ୍ରକ୍ରିୟା ଆରମ୍ଭ

ବୌଦ୍ଧ ଟାଉନ ହଲ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ପ୍ରଥମ ଦିନରେ ହରଭଙ୍ଗା ଏବଂ କଣ୍ଟାମାଲ ବ୍ଲକ ର ବଛା ବଛା ସାଂସ୍କୃତିକ ଦଳ ଯେଉଁମାନେ କି ଅନଲାଇନ ମାଧ୍ୟମରେ ପଞ୍ଜୀକୃତ ହୋଇଥିଲେ ସେହି କଳାକାରମାନେ ଏହି ଚୟନ ପ୍ରକ୍ରିୟାରେ ଯୋଗଦେଇଥିଲେ । ୮ ତାରିଖ ଦିନ ବୌଦ୍ଧ ଏନଏସି ଓ ବୌଦ୍ଧ ବ୍ଲକ ର କଳାକାରମାନେ ଏହି ଚୟନ ପ୍ରକ୍ରିୟାରେ ଭାଗନେବେ ।

ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଲକ୍ଷ୍ମଣ ମହାପାତ୍ର, ତୁଷାରକାନ୍ତ ପଟ୍ଟନାୟକ, ଭବାନୀ ଶଙ୍କର ମହାପାତ୍ର, ହରିହର ପ୍ରଧାନ, ବାସୁଦେବ ପାତ୍ର, ବସନ୍ତ କୁମାର ବୋଷ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା କାର୍ଯ୍ୟକ୍ରମକୁ ତଦାରଖ କରିବା ସହ ଯୋଗ ଦେଇଥିବା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।