GIET ବିଶ୍ଵବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

0
243
GIET ବିଶ୍ଵବିଦ୍ୟାଳୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୭/୭) : ଆଜି ସ୍ଥାନୀୟ GIET ବିଶ୍ଵବିଦ୍ୟାଳୟ ର ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏବଂ ଗୁଣୁପୁର ବନ ବିଭାଗ ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଗୁଣୁପୁର ସହର ର ଆଇ ଟି ଡି ଏ କାର୍ଯ୍ୟାଳୟ ଠାରୁ ଗୁଣୁପୁର ମହାବିଦ୍ୟାଳୟ ପର୍ଯ୍ୟନ୍ତ ଥିବା ରାସ୍ତା ଡିଭାଇଡରରେ GIET ବିଶ୍ଵବିଦ୍ୟାଳୟ ପକ୍ଷରୁ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୁଣୁପୁର ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଚାରା ରୋପଣ କରି ଶୁଭ ଉଦଘାଟନ କରିଥିଲେ । ଏହି ଭଳି ସାମାଜିକ ଦାୟିତ୍ୱ ବୋଧ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିବା ସହ ଏହିଭଳି କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ ।

ବିଶ୍ଵ ବିଦ୍ୟାଳୟ ର ଉପସଭାପତି ଡ଼ଃ ଚନ୍ଦ୍ର ଧ୍ୱଜ ପଣ୍ଡା, ରେଜିଷ୍ଟ୍ରାର ଡ଼ ଏନ. ଭି.ଜେ. ରାଓ ଯୋଗ ଦେଇ ଚାରା ରୋପଣ କରିଥିଲେ । ବିଭାଗୀୟ ମୁଖ୍ୟ ମନୋଜ ଦାସ, ଆଶିଷ ସାମଲ, ସନ୍ତୋଷ କୁମାର ପଣ୍ଡା, ଅଶୋକ ମିଶ୍ର, ଅଧ୍ୟାପକ ଭି ଗଣେଶ, ଶଶାଙ୍କ ଶେଖର ପଣ୍ଡା, ଗୋପାଳ କୃଷ୍ଣ ମହାନ୍ତି ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୁଣୁପୁର ବନାଞ୍ଚଳର ବନପାଳ ଶିବାନି ପାତ୍ର, ବନରକ୍ଷୀ ପୂର୍ଣ୍ଣ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ବିଶ୍ଵ ବିଦ୍ୟାଳୟ ଜାତୀୟ ସେବା ଯୋଜନା ର ଆବାହକ ଡ଼ .ପ୍ରେମାନଶୁ ଶେଖର ରଥ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ତ୍ରିଲୋଚନ ନାୟକ, କ୍ରୀଡ଼ା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା, ବ୍ରଜ ସୁନ୍ଦର ଦାସ, ଚନ୍ଦ୍ରକାନ୍ତ ସେଠି ପ୍ରମୁଖ ପରିଚାଳନା କରିଥିଲେ । ବନ ମହୋତ୍ସବ ସପ୍ତାହ ର ଶେଷ ଦିନରେ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ବୃକ୍ଷରୋପଣ ପ୍ରତି ଉତ୍ସାହ ପ୍ରଶଂସନୀୟ ଥିଲା ।