ନବବିବାହିତା ଙ୍କୁ ଶାଶୁ ଘର ଲୋକେ ପିଟି ପିଟି ମାରିଦେଇଥିବା ଅଭିଯୋଗ

0
115
ନବବିବାହିତା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ପାଟଣାଗଡ଼, ତା(୧୦/୦୭) : ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଧୁମାଭଟା ଗ୍ରାମରେ ଜଣେ ନବବିବାହିତା ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣା ଯାଇଛି ।

ଏ ନେଇ ମୃତକ ନବବିବାହିତା ଙ୍କ ବାପଘର ବା ପରିବାର ଲୋକେ ବେଲପଡା ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ସୁଚନାନୁଯାୟୀ ଧୁମାଭଟା ଗାଁ ର ଉଦ୍ଧବ ରଣାଙ୍କ ପୁଅ ସନ୍ୟାସୀ ଗତ ୦୪ ମାସ ତଳେ ସଇଁନ୍ତଲା ବ୍ଲକ ଶିଶକେଲା ଗାଁ ର ଥବିର ରଣାଙ୍କ ଝିଅ ସଙ୍ଗୀତା ଯଥା ରୀତି ବିବାହ କରିଥିଲେ । ରଥଯାତ୍ରାରେ ସନ୍ୟାସୀ ପତ୍ନୀ ସଙ୍ଗୀତା ନେଇ ନିଜ ଶଶୂର ଘରେ ଆଣି ଛାଡି ଆସିଥିଲେ ।

ହେଲେ ଗତକାଲି ସନ୍ୟାସୀ ତାଙ୍କୁ ଘରକୁ ଆଣିବାକୁ ଯାଇଥିଲେ । ଝିଅର ବାପା‐ମାଁ ଆଉ କିଛି ଦିନ ଝିଅ ଘରେ ଥାଉ ବୋଲି କହିଥିଲେ କିନ୍ତୁ ସନ୍ୟାସୀ ତାଙ୍କ କଥାରେ ରାଜି ନ ହୋଇ ସଙ୍ଗୀତା ଙ୍କୁ ଜିଦ କରି ଅନିଚ୍ଛା ସତ୍ତ୍ୱେ ତାଙ୍କ ଘରକୁ ଆଣିଥିଲେ ଯାହା ଆମ ନିକଟରେ ପ୍ରକାଶ କରିଛନ୍ତି । ଆଜି ସଙ୍ଗୀତାଙ୍କ ଦେହ ଅସୁସ୍ଥ ଅଛି ବୋଲି ସନ୍ୟାସୀ ତାଙ୍କ ସମ୍ପର୍କୀୟ ଶଢୁଙ୍କୁ ଜଣାଇଥିଲେ । ଖବର ପାଇ ସଙ୍ଗୀତାଙ୍କ ବାପା ଘର ଲୋକେ ମଧ୍ୟାହ୍ନ ୨ ଟାରେ ସେଠାରେ ପହଞ୍ଚି ଥିଲେ । ସେତେବେଲେ ଶଶୂର ଘରେ ସଙ୍ଗୀତା ର ମୃତଦେହ ପଡି ରହିଥିବା ଦେଖିବାକୁ ପାଇଥିଲେ । ଏହାପରେ ଝିଅ ର ବାପା ଓ ଭାଇ ବେଲପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସଙ୍ଗୀତାଙ୍କୁ ସ୍ୱାମୀ, ଶାଶୁ, ଶଶୂର ଏବଂ ଦେଢ ଶଶୂର ମିଶି ପିଟିପିଟି ମାରି ଦେଇଥିବା ବେଲପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।