ପାର୍ତଡା ଆଦିବାସୀ ଛାତ୍ରାବାସ ସମସ୍ୟା ଘେରରେ

0
214
ପାର୍ତଡା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୦୭) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ପାର୍ତଡା ପଞ୍ଚାୟତରେ ଥିବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଆଦିବାସୀ ଛାତ୍ରାବାସ ଟି ଅବ୍ୟବସ୍ଥା ଘେରରେ ରହିଥିବା ଅଭିଯୋଗ ହୋଇଛି ।WhatsApp Image 2022 07 11 at 12.20.17 PM ପାର୍ତଡା ଆଦିବାସୀ ଛାତ୍ରାବାସ ସମସ୍ୟା ଘେରରେ

ଗଜପତି ଜିଲ୍ଲା ସଦର ମହକୁମା ଠାରୁ ୧୦ କି.ମି. ଦୂରରେ ପାର୍ତଡା ପଞ୍ଚାୟତ ରହିଛି । ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏହି ଛାତ୍ରାବାସରେ ପିଇବା ପାଣି, ବିଦ୍ୟୁତ୍, ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଅବିଭାବକ ମାନେ ଅଭିଯୋଗ କରିଛନ୍ତି । ଏଭଳିକି ଅନ୍ତେବାସୀ ମାନେ ପାଣି ସମସ୍ୟା ଯୋଗୁଁ ସ୍ଥାନୀୟ ନାଳରେ ଗାଧୁଆ ପାଧୁଆ କରୁଥିବା ଏଭଳିକି ସାବୁନ ମଧ୍ୟ ଦିଆଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଅବିଭାବକ ମାନେ ଦାବି କରିଛନ୍ତି । ପ୍ରକାଶ ଥାଉ କି ଏହି ପଞ୍ଚାୟତ ରେ କେବଳ ଆଦିବାସୀ ମାନେ ରହନ୍ତି ।