ପହଣ୍ଡି ବିଜେ ଶେଷ : ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

0
120
ପହଣ୍ଡି ବିଜେ ଶେଷ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୯/୦୭) : ଶେଷ ହେଲା ତିନି ଠାକୁରଙ୍କ ପହଣ୍ଡି ବିଜେ । ତିନି ରଥରେ ରଥାରୂଢ଼ ହେଲେ ତିନି ଠାକୁର । ପ୍ରଥମେ ଶ୍ରୀସୁଦର୍ଶନ ରଥାରୂଢ଼ ହେବାପରେ ଦେବଦଳନରେ ସୁଭଦ୍ରା, ତାଳଧ୍ୱଜ ରଥରେ ବଳଭଦ୍ର ଓ ନନ୍ଦିଘୋଷ ରଥରେ ପ୍ରଭୁ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇଛନ୍ତି ।

ପହଣ୍ଡି ବିଜେ ଶେଷ । ଧାଡ଼ି ପହଣ୍ଡିରେ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସିଥିଲେ ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟ ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଥିଲା ବଡ଼ଦାଣ୍ଡ । ଭୋର ୪ ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା । ଠାକୁରଙ୍କ ନୀତିକାନ୍ତି ସରିବା ପରେ ପହଣ୍ଡି ଆରମ୍ଭ ହୋଇଥିଲା । ସାଢ଼େ ୨ ଟାରେ ଛେରାପହଁରା ଓ ଅପରାହ୍ନ ୪ ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।

ସୂଚନାଯୋଗ୍ୟ, ଆସନ୍ତାକାଲି ରଥ ଉପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ । କୋଭିଡ୍ କଟକଣା ଯୋଗୁ ଦୁଇବର୍ଷ ଧରି ଭକ୍ତ ମହାପ୍ରଭୁଙ୍କ ରାଜରାଜେଶ୍ୱରର ବେଶ ଦର୍ଶନରୁ ବଞ୍ଚିତ ଥିଲେ । ତେଣୁ ଏବର୍ଷ ପୁରୀକୁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏଥର ରାତି ଗୋଟାଏ ଯାଏଁ ଦର୍ଶନ ବ୍ୟବସ୍ଥା କରାଯାଇଛି ।