୪୨୦୦ ଗ୍ରେଡ଼୍ ପେ ସି.ଟି. ପ୍ରାଥମିକ ଶିକ୍ଷକଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନ

0
724
୪୨୦୦ ଗ୍ରେଡ଼୍ ପେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୦/୦୭) : ୧୦/୦୭/୨୨ ରିଖ ରବିବାର ଅପରାହ୍ନ ଘ ୩.୦୩ ମିନିଟ୍ ସମୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଗାନ୍ଧୀ ସ୍ମୃତି ଉ.ପ୍ରା. ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ୪୨୦୦ ଗ୍ରେଡ଼୍ ପେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକର ଆବାହକ ଶ୍ରୀ ଦେବରାଜ ଜେନା, ଆହ୍ୱାନ କ୍ରମେ ଶୀ ଏମ୍. ରବି କୁମାର, ଏସ୍. ଦିଲ୍ଲେଶ୍ୱର, ଏସ୍. ତିରୁପତି ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ରୂପେ ଓଡିଶା ରାଜ୍ୟ ସି.ଟି. ପ୍ରାଥମିକ ଶିକ୍ଷକ ସଙ୍ଘ ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ କରତାଳ ଧ୍ୱନି ଦେଇ ଆସନ ଅଳଙ୍କୃତ କରିବା ନିମନ୍ତେ ସ୍ୱାଗତ କରାଯାଇଥିଲା । ବୈଠକରେ ସି.ଟି. ପ୍ରାଥମିକ ଶିକ୍ଷକ ମାନେ ପୂର୍ବରୁ ହରାଇଥିବା ୪୨୦୦ ଗ୍ରେଡ଼୍ ପେ ପୁନର୍ବାର ଫେରି ପାଇବା ନିମନ୍ତେ ତା ୨୪/୦୬/୨୨ ରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ରାୟ ପ୍ରକାଶ ପରେ ଶିକ୍ଷକ ମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି ।

ଏହି ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବା ନିମନ୍ତେ ସ୍ଥିର କରାଗଲା । ସେବାରେ ନିୟୋଜିତ ବରିଷ୍ଠତାକୁ ନେଇ ପଦୋନ୍ନତି ପ୍ରଦାନ କରିଵା, ପଦୋନ୍ନତି ରୁ ଵଞ୍ଚିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପଦନ୍ନତି ପ୍ରଦାନ ପୂର୍ବକ କ୍ୟାଡ଼ର ର ସଠିକ ସ୍ଥାନରେ ଅନ୍ତର୍ଭୁକ୍ତ କରିବା ଆଦି ଆଲୋଚନା କରାଯାଇଥିଲା ।

ତତ୍ ପରେ ଗୁମ୍ମା ଵ୍ଲକ୍ ଅନ୍ତର୍ଗତ ଆମ୍ବାଝରୀ ବିଦ୍ୟାଳୟ ର ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସି.ଟି୍ ସଙ୍ଘ ର ବ୍ଲକ୍ ସଭାପତି ଶ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କୁ ଉପଢୌକନ, ମାନପତ୍ର ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ପରି ଶେଷରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସି ଥିବା ଶିକ୍ଷକ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରାଯାଇଥିଲା ।