ବିଶ୍ୱ ଯୁବା ଦକ୍ଷତା ଦିବସ ପାଳିତ

0
240
ବିଶ୍ୱ ଯୁବା ଦକ୍ଷତା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା.(୧୫/୦୭) : ରାୟଗଡ଼ା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଠାରେ ବିଶ୍ୱ ଯୁବା ଦକ୍ଷତା ଦିବସ-୨୨ ପାଳିତ ହୋଇଯାଇଛି lWhatsApp Image 2022 07 16 at 10.30.59 AM ବିଶ୍ୱ ଯୁବା ଦକ୍ଷତା ଦିବସ ପାଳିତ

ବିଶ୍ୱ ଯୁବା ଦକ୍ଷତା ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ସମବେତ ଛାତ୍ରଛାତ୍ରୀ/ଯୁବକଯୁବତୀ ମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ସକାରାତ୍ମକ ମନୋଭାବ ଓ ଦୃଢ ଇଚ୍ଛା ଶକ୍ତି ବଳରେ ଆଗକୁ ବଢ଼ିଲେ ନିଶ୍ଚିତ ଜୀବନରେ ସଫଳତା ହାସଲ କରିବ l

ଗ୍ରାମାଞ୍ଚଳରେ ଅଧାରୁ ପାଠ ଛାଡି ରହିଥିବା ବେକାରୀ ଯୁବକଯୁବତୀ ମାନଙ୍କୁ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ତାଲିମ ପ୍ରଦାନ କଲେ ବେକାର ସମସ୍ୟା ଦୂର ହୋଇଯିବ ବୋଲି କହିଥିଲେ l ସେହିପରି ଏମସେମି ବିଭାଗ ର ଉପା ନିର୍ଦ୍ଦେଶକ ଏନ. କଟିରତ୍ନମ ମୁଖ୍ୟ ଵକ୍ତା ଭାବରେ ଯୋଗଦାନ କରି ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଦକ୍ଷତାକୁ କାମରେ ଲଗାଇବାକୁ ପରାମର୍ଶ ଦେଇଥିଲେ l

ଅନୁଷ୍ଠାନ ର ଅଧ୍ୟକ୍ଷ ଅତୁଲ କୁମ ପଣ୍ଡା ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ବିଶ୍ୱ ଯୁବା ଦକ୍ଷତା ଦିବସ ର ମହତ ଉଦେଶ୍ୟ, ଜିଲ୍ଲାରେ ତାଲିମ ନେବା ପାଇଁ ଟ୍ରେଡ଼ ଓ ଦକ୍ଷତା ଭିତ୍ତିକ ବିକାଶ କ୍ଷେତ୍ରରେ ଅଗ୍ରଗତି ସମ୍ପର୍କରେ ଉପସ୍ଥାପନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ନିଯୁକ୍ତି ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଟେଟେ, ଓରମାସ ଡିପିଏମ ମନୋଜ କୁମାର ପାତ୍ର, ଏଡିବି ଶାଖା ପ୍ରବନ୍ଧକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଆଇଟିଆଇ ର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ଏହାପରେ ନେତୃତ୍ୱ ପରିବର୍ତ୍ତନ ଶିକ୍ଷା ନିମନ୍ତେ ତାଲିମ ଶିକ୍ଷକ ଏସ.କେ. ସାହୁ ଏବଂ ଜି. ରବିଙ୍କୁ ସମ୍ମାନିତ କରାଯାଇଥିଲା l ସେହିପରି ପୂର୍ବତନ ଛାତ୍ର ରମାକାନ୍ତ ସାହୁ, ଜୟପ୍ରକାଶ ଜାଡେ ଏବଂ ମାଝି ଶ୍ରବଣକୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ l ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକୃତା, କ୍ୱିଜ ଏବଂ କ୍ରୀଡ଼ା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ l

ପ୍ରାରମ୍ଭରେ ଵୃକ୍ଷ ରୋପଣ କରାଯାଇଥିଲା l ଏଥିରେ ୨୦ ବୃକ୍ଷ ର ରୋପଣ କରାଯାଇଥିଲା l ଏଥିରେ ଆନ୍ତ ଦକ୍ଷତା ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା l ସହର ର ୧୨ ଟି ଉଚ୍ଚ ବିଦ୍ୟାଳୟରୁ ପ୍ରାୟ ୬୧୫ ଜଣ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l