ରାୟଗଡ଼ା ଡି.ଏଫ.ଓ. ଙ୍କ ଚନ୍ଦ୍ରପୁର ଅଞ୍ଚଳରେ ଆମ ଜଙ୍ଗଲ ଯୋଜନା କାର୍ଯ୍ୟକ୍ରମ ପରିଦର୍ଶନ

0
361
ରାୟଗଡ଼ା ଡି.ଏଫ.ଓ.

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୧୪/୭) : ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବର୍ଚିଗୁଡା ଗ୍ରାମ ନିକଟସ୍ଥ କମାରଗୁଡ଼ି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆମ ଜଙ୍ଗଲ ଯୋଜନା କାର୍ଯ୍ୟକ୍ରମରେ ୨୦୨୧-୨୦୨୨ ବର୍ଷରେ କରାଯାଇଥିବା ବୃକ୍ଷରୋପଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କୁ ଆଜି ରାୟଗଡ଼ା ଡି.ଏଫ.ଓ. ଶ୍ରୀ ଡ. ବିଜୟ କୁମାର ପରିଡା, ମୁନିଗୁଡା ରେଞ୍ଜର ପି. କେ. ମିଶ୍ର ଓ ପି ଏନ ଜିଓ ଷ୍ଟାଫ୍ , ପ୍ଲାଣ୍ଟସନ ଏରିଆ କୁ ଭି.ଏସ.ଏସ. ସଭାପତି ଓ ବନ କର୍ମଚାରିଙ୍କ ସହ ବୁଲି ଦେଖିଲେ ।

ରାୟଗଡ଼ା ଡି.ଏଫ.ଓ. ବର୍ଚିଗୁଡା ଗ୍ରାମ ଭି.ଏସ.ଏସ. ସଭାପତି ଶ୍ରୀ ଡାଟିଲା ଗାଗାରଙ୍ଗା ଏବଂ ଗ୍ରାମବାସୀଙ୍କ ସହ ବୃକ୍ଷରୋପଣ ଯୋଜନାରେ କରାଯାଇଥିବା ବିଭିନ୍ନ କାମ ଓ ମୁଲିଆ ମାନେ ମଜୁରି ପାଇଥିବା ସମ୍ଭନ୍ଧରେ ପଚାରି ବୁଝିଥିଲେ, ଭି.ଏସ.ଏସ. ସଭାପତି ଡ଼ାଟଲା ଗାଗାରଙ୍ଗା ବିସ୍ତ୍ତୁତ ଭାବେ କାମ ଗୁଡିକ ସମ୍ବନ୍ଧରେ କହିଥିଲେ । ଗ୍ରାମବାସୀଙ୍କ ଦ୍ଵାରା ଡି ଏଫ୍ ଓ ସାର୍ ଙ୍କୁ ଗ୍ରାମରେ ଭି.ଏସ.ଏସ. ସଭାଗୃହ ଟିଏ କରିବାକୁ ଅନୁରୋଧ କରାଯାଇଥିଲା ।

ଆଗାମି ଦିନରେ ଏହା କରାଯିବ ବୋଲି ଡି ଏଫ୍ ଓ ସାର୍ କହିଥିଲେ । ଶେଷରେ ଡି ଏଫ୍ ଓ ସାର୍ ଗ୍ରାମବାସୀଙ୍କୁ ଲଗାଯାଇଥିବା ଗଛ ଗୁଡିକ ଓ ଜଙ୍ଗଲକୁ ଦାୟିତ୍ଵ ର ସହ ଜଗାରଖା କରିବାକୁ କହିଥିଲେ । ଡି ଏଫ୍ ଓ ସାର୍ ଙ୍କ ପରିଦର୍ଶନ ସମୟରେ ଚନ୍ଦ୍ରପୁର ଫରେଷ୍ଟର ଗୌତମ ପଣ୍ଡା, ଫରେଷ୍ଟ ଗାର୍ଡ ଗୁରୁ ପାତ୍ର, ଗୀତା ବଡ଼ଜେନା ଓ ପାରା ଷ୍ଟାଫ୍ ମାନେ ଉପସ୍ଥିତ ଥିଲେ ।