ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ସତର୍କ ସଙ୍କେତ ପାର କରିଛି ବଂଶଧାରା

0
213
ଉପର ମୁଣ୍ଡରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୮/୭) : ଉପର ମୁଣ୍ଡରେ ଲଗାଣ ବର୍ଷା ତାଣ୍ଡବ ରଚିଛି ଆଦିବାସୀ ଅଧ୍ୟୁଷିତ ପାହାଡିଆ ଇଲାକାରେ । ବଂଶଧାରା ନଦୀ ର ଜଳ ସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସ୍ଥାନୀୟ ପ୍ରଶାସନ, କେନ୍ଦ୍ରୀୟ ଜଳ ଆୟୋଗ କମିଶନ କତ୍ତୃପକ୍ଷ ବଂଶଧାରା ନଦୀ ର ଜଳ ସ୍ତର ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ।WhatsApp Image 2022 07 18 at 11.18.03 AM 1 ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ସତର୍କ ସଙ୍କେତ ପାର କରିଛି ବଂଶଧାରା

ବିଶେଷ କରି ଗଜପତି ଜିଲ୍ଲାର ମୋହନା, ଅଡବା ଅଞ୍ଚଳରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସାନନଦୀ (ମହେନ୍ଦ୍ରତନୟା) ରେ ଜଳସ୍ତର ବୃଦ୍ଧି ପାଇଛି । ଏହି ବନ୍ୟା ଜଳରେ ଫୁଲଫୁଟି ଅଞ୍ଚଳରେ ରହୁଥିବା ଛଅ ଟିକିଆ ହାତୀପଲ ଭାସି ଯାଇଥିଲେ । ବହୁ ସଂଘର୍ଷ ପରେ ଭରା ନଈରୁ ଉଦ୍ଧାର ପାଇ ଜଙ୍ଗଲକୁ ଚାଲିଯାଇଛନ୍ତି ।

ପାହାଡିଆ ପାଣି ଓ ନାଳ ଗୁଡିକର ଜଳସ୍ରୋତରେ ଭୀମପୁର ହାଇସ୍କୁଲ ପାଚେରୀ ଭାଙ୍ଗି ପାଣି ସ୍କୁଲ ମଧ୍ୟରେ ପ୍ରବେଶ କରିଛି । ଫଳରେ ସ୍କୁଲ ଅନ୍ତେବାସୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଗୋଦାମ ଗୃହରେ ପାଣି ପଶି ଯାଇ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ନଷ୍ଟ ହୋଇଯାଇଛି । ପାହାଡ଼ ଧସିଯିବା ଓ ପ୍ରଵଳ ପାଣି ସ୍ରୋତରେ ଭିମପୁର, ପୁଟାସିଙ୍ଗ, ଶଗଡା, ଟିଟିମିରି, ଗୁଡେଡା, ଅଙ୍ଗେରା, ତାରବେଲ, କେରେବା, ଅଡବା ଆଦି ପାହାଡିଆ ଇଲାକାର ଚାଷଜମିରେ ବାଲି, ମାଟି ଓ ପଥର ମାଡିଯାଇ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଶହ ଶହ ଏକର ଚାଷଜମି ଉପରେ ବର୍ଷା ଜଳ ପ୍ରବାହିତ ହୋଇ ରୁଆ ଯାଇଥିବା ଧାନ ଫସଲ ନଷ୍ଟ ହୋଇଯାଇଥିବା ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।WhatsApp Image 2022 07 18 at 11.18.03 AM ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ସତର୍କ ସଙ୍କେତ ପାର କରିଛି ବଂଶଧାରା

ଗୁଣପୁର ବିଡ଼ିଓ ଶାନ୍ତିପ୍ରଭା ପ୍ରଧାନ, ତହସିଲଦାର ଶରତ ଚନ୍ଦ୍ର ନାୟକ, ପିଇଓ ଶିବ ପ୍ରସାଦ ରଥ, ଆଇ ଟି ଡି ଏ ପ୍ରକଳ୍ପ ଅଧିକାରୀ, କୃଷି ବିଭାଗ ଅଧିକାରୀ ସନ୍ତୋଷ ରଥ, ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ର କର୍ମଚାରୀ ପ୍ରମୁଖ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଆଜି ରାଜସ୍ୱ ବିଭାଗ ର ଏକ ସ୍ୱତନ୍ତ୍ର ଟିମ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ର ଆକଳନ କରିବ ବୋଲି ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

ତେବେ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ପ୍ରକୃତି ର ଏପରି ତାଣ୍ଡବଲୀଳାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେବେ ପରିସ୍ଥିତି ସୁଧୁରିବ ଓ ଅଞ୍ଚଳବାସୀଙ୍କ କ୍ଷୟକ୍ଷତି ର ଆକଳନ ହୋଇ ପ୍ରଶାସନ କ୍ଷତିପୂରଣ ପ୍ରଦାନ କରିବା ଦେଖିବାକୁ ବାକି ରହିଲା ।