ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କ ଧାରଣା

0
146
ରାଜ୍ୟ ବେସରକାରୀ ଅଧ୍ୟାପକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୩/୭) : ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କ ଧାରଣା । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଡିଗ୍ରୀ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ମହାବିଦ୍ୟାଳୟ ର ସମ୍ମୁଖରେ ବିଭିନ୍ନ ପ୍ରକାର ଦାବି ଗୁଡିକ ନେଇ ଧାରଣାରେ ବସିଥିଲେ ।

ସୂଚନା ଯୋଗ୍ୟ ଯେ ମହାବିଦ୍ୟାଳୟ ମାନଙ୍କର ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ୨୦୦୮ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଓଡିଶା ର ଗ୍ରାଣ୍ଟ ଇନ ଏଡ୍ ନିୟମରେ ପରିସର ଭୁକ୍ତ କରାଯାଇ ନାହିଁ । ତେଣୁ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ର ସଭାପତି ବିଶ୍ୱ ରଞ୍ଜନ ଦାସଙ୍କ ଆହ୍ୱାନ କ୍ରମେ ଶନିବାର ଦିନ ୧୧ ଘଣ୍ଟା ସମୟରୁ ଆଞ୍ଚଳିକ ମହାବିଦ୍ୟାଳୟ ର ସମ୍ମୁଖରେ ସମସ୍ତ କାର୍ଯ୍ୟ ବନ୍ଦ କରି ଅନୁଦାନ ପାଇବା ନେଇ ଧାରଣାରେ ବସିଥିଲେ ।

ସରକାରଙ୍କ ଶିକ୍ଷକ ମାରଣ ନୀତି ବିରୁଦ୍ଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ । ଦୀର୍ଘ ୯୯ ଦିନ ଧରି ଭୁବନେଶ୍ୱର ସ୍ଥିତ ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେବା ପରେ ମଧ୍ୟ ରାଜ୍ୟ ସରକାରଙ୍କ ନିରବତା କାରଣରୁ ଉକ୍ତ ଅନୁଦାନ ସମ୍ପର୍କୀତ ଆନ୍ଦୋଳନ ସମଗ୍ର ରାଜ୍ୟରେ ଥିବା ମହାବିଦ୍ୟାଳୟ କୁ ବ୍ୟାପିବାରେ ଲାଗିଛି ।

ଆଗାମୀ ଦିନରେ ସରକାର ଯଦି ଅନୁଦାନ ପ୍ରଦାନ ଦିଗରେ ସକରାତ୍ମକ ପଦକ୍ଷେପ ନ ନିଅନ୍ତି ତେବେ ଏହି ଆନ୍ଦୋଳନ ପଞ୍ଚାୟତ ସ୍ତରରେ ଓ ଗାଁ ଗାଁ ରେ ବ୍ୟାପିବ ବୋଲି ସମସ୍ତ ଅଧ୍ୟାପକ କର୍ମଚାରୀ ବୃନ୍ଦ ପ୍ରକାଶ କରିଛନ୍ତି । ଏହି ଧାରଣାରେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶିରିଶ ଦାସ, ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପବିତ୍ର ବାରିକ ସମେତ +୨ ଏବଂ +୩ ର ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀ ବୃନ୍ଦ ଧାରଣାରେ ସାମିଲ ହୋଇଥିଲେ ।