ଡାଇରିଆ ପ୍ରଭାବିତ ଅଞ୍ଚଳରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ

0
157
ଡାଇରିଆ ପ୍ରଭାବିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା-(୨୩/୦୭) : ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ, ଅନୁସୂଚୀତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି କାଶିପୁର ବ୍ଲକ ର ଟିକିରି ଡାଇରିଆ ପ୍ରଭାବିତ ଗ୍ରାମ ଗୁଡ଼ିକ ଗସ୍ତ କରିଛନ୍ତି ।WhatsApp Image 2022 07 24 at 12.03.50 PM ଡାଇରିଆ ପ୍ରଭାବିତ ଅଞ୍ଚଳରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ

ପ୍ରଥମେ ଟିକିରି ଉସାପଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ଥିବା ଡାକ୍ତର ରାଜେନ୍ଦ୍ର ମଣ୍ଡଳ ସହିତ ଏବଂ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଦୁଡୁକାବାହାଲ ଗ୍ରାମକୁ ଯାଇ ସେହି ଗ୍ରାମ ର ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଗ୍ରାମରେ ଏକ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଏହାପରେ ଡାଇରିଆ ପ୍ରଭାବିତ ଟିକିରି ଝଡ଼ିଆ ସାହି ଗସ୍ତ କରି ଗାଁ ର ପରିମଳ ବ୍ୟବସ୍ଥା, ବିଶୋଧନ ଓ ପିଇବା ପାଣି ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ । ସେହି ଗ୍ରାମ ର ଡାଇରିଆରେ ମୃତ୍ୟୁବରଣ ପରିବାରକୁ ଯାଇ ଭଲମନ୍ଦ କଥା ଏବଂ ଗରମ ପାଣି ପିଇବା ନିମନ୍ତେ ପରାମର୍ଶ ଦେଇଥିଲେ ।

ତା’ପରେ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ କଥା ପଚାରୀ ବୁଝିଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା ନିମନ୍ତେ କଣ ସବୁ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଚିକିତ୍ସା ଅଧିକାରୀ ଓ ଅନ୍ୟ ଡାକ୍ତର ମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହାପରେ ଉତ୍କଳ ଆଲୁମିନା ଅତୀଥି ଭବନକୁ ପ୍ରତ୍ୟାବର୍ତ୍ତନ କରି ସେଠାରେ ଜିଲ୍ଲାପାଳ ରାୟଗଡ ଶ୍ରୀମତି ସ୍ୱଧା ଦେବସିଂ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ସିଡିଏମଓ ଡାକ୍ତର ଲାଲମହନ ରାଉତରାୟ, ଉପଜିଲ୍ଲାପାଳ ଭିମସେନ ଶବର, ବିଡ଼ିଓ କାଶୀପୁର ଦେବାଶିଷ କର, ଉତ୍କଳ ଆଲୁମିନା ର ମୁଖ୍ୟ ମେଜର ବେଗ, ଡିପିଏମ ରାଜେଶ ପଟ୍ଟନାୟକ ସହିତ ଆଲୋଚନା କରିଥିଲେ । ଏଥିରେ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ୬ ଶଯ୍ୟା ବିଶିଷ୍ଟ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ନିମନ୍ତେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେବା ସହ ଆଉ ଏକ ଅତିରିକ୍ତ ୨୦ ଶଯ୍ୟା ନିମନ୍ତେ ପ୍ରସ୍ତାବ ଦେଲେ ସରକାରଙ୍କ ଦ୍ୱାରା ଅନୁମୋଦନ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

ଉତ୍କଳ ଆଲୁମିନା ତରଫରୁ ଦୁଇଗୋଟି ମୋବାଇଲ ଆମ୍ବୁଲାନ୍ସ ନିୟୋଜିତ କରି ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ କର୍ତ୍ତୃପକ୍ଷଙ୍କୁ କହିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାଇରିଆ ନିରାକରଣ ନିମନ୍ତେ ନିଆଯାଉଥିବା ପଦକ୍ଷେପ ଉପରେ ସନ୍ତୋଷ ପ୍ରକାଶ କରିଥିଲେ ।