ପରିମଳ ବିଭାଗ ର ଅର୍ଥ ହରିଲୁଟ କରୁଛି କିଏ ?

0
101
ପରିମଳ ବିଭାଗ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୪/୦୭) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ପରିମଳ ବିଭାଗ ର ୨୦୨୧/୨୨ ନଳକୂପ ମରାମତି ନୂତନ ଯୋଜନା ବାଟମାରଣା ହେବ ସହିତ ନିମ୍ନ ମାନର କାର୍ଯ୍ୟ ଦେଖିବାକୁ ମିଳିଛି ।

୨୨ ଗୋଟି ପଞ୍ଚାୟତରେ କେତୋଟି ନଳକୂଅ ଚଳ ଓ ଅଚଳ ଅବସ୍ଥାରେ ଅଛି ତାହାର ହିସାବ ନାହିଁ ପରିମଳ ବିଭାଗ ର ସରକାରୀ ବାବୁ ମାନଙ୍କୁ । ଏପଟେ ବର୍ଷା ଦିନ ଥିବାରୁ ବାହ୍ୟ ପାଣି ବ୍ୟବହାର ସ୍ୱାସ୍ଥ୍ୟ ପକ୍ଷେ କ୍ଷତି କାରକ ହେଉଥିବା ବେଳେ ଚଳନ୍ତି ନଳକୂଅ ଗୁଡିକ ର ପାଣି ପରିଷ୍କାର କରାଯାଉନି । ସେପଟେ ନଳକୂଅ ମରାମତି ପାଇଁ ସରକାରଙ୍କ ନୂଆ ଯୋଜନା ଫେଲ ମାରିଛି ଲୁଣିବାହାଲ ପଞ୍ଚାୟତରେ, ନଳକୂଅ ର ନୂତନ ଚାନ୍ଦିନୀ ସହିତ ପାଣିଟାଙ୍କି ପାଇଁ ଆସୁଥିବା ୧୬,୦୦୦/-ଟଙ୍କାରେ ନାମକୁ ମାତ୍ର କାମ ହେଉଛି । ଏହାର ଏକ ନଗ୍ନ ଚିତ୍ର ଏହି ପଞ୍ଚାୟତ ର ବଡ଼ବନ୍ଧ ପୋଷ୍ଟାଲ ଛକରେ ଥିବା ନଳକୂଅ କୁ ଦେଖିଲେ ଜଣାପଡୁଛି । ଯୋଜନାରେ ଥିବା ମାପରୁ ବହୁ ଛୋଟ କରି ଚାନ୍ଦିନୀ ଓ ମୁକୁଳା ପାଣିଟାଙ୍କି କରାଯାଇଛି ।

କାର୍ଯ୍ୟ କରୁଥିବା ସମୟରେ କୌଣସି ସରକାରୀ ବାବୁ, ଇଞ୍ଜିନିଅର କାର୍ଯ୍ୟ ତଦନ୍ତ ନ କରି କେବଳ ଠିକାଦାର ଦେଉଥିବା ଫୋଟୋ କୁ ଦେଖି ବିଲ କରାଯାଉଛି । ଏଠି ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠୁଛି ସରକାରୀ ବାବୁ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକାରେ କାର୍ଯ୍ୟ ଚାଲିଛି । ଏହି ଘଟଣାକୁ ବ୍ଲକ ପରିମଳ ବିଭାଗ ର ସରକାରୀ ବାବୁଙ୍କୁ ଜଣାଇଲେ ବି କିଛି ପଦକ୍ଷେପ ନିଆଯାଉନି ବୋଲି ସ୍ଥାନୀୟ ପଞ୍ଚାୟତବାସୀ ଦାବି କରିଛନ୍ତି ।