ସରକାରୀ କଲେଜ ଠାରୁ ବେସରକାରୀ କଲେଜ +୨ ବିଜ୍ଞାନ ରେଜଲ୍ଟ ଶତ ପ୍ରତିଶତ

0
187
ସରକାରୀ କଲେଜ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୦୭) : ଗଜପତି ଜିଲ୍ଲା କାଶୀନଗର ସହରରେ ସରକାରୀ ଓ ବେସରକାରୀ ଦୁଇଟି +୨ କଲେଜ ରହିଛି ସେଥି ମଧ୍ୟରୁ ଜଗନ୍ନାଥ ଆବାସିକ କଲେଜରେ ଶତ ପ୍ରତିଶତ ବିଜ୍ଞାନ ଫଳ ହୋଇଛି ଏଣୁ ଏହି ବିଷୟ ଏବେ ସବୁଠାରେ ଚର୍ଚ୍ଚା ପାଲଟିଛି ।

ପ୍ରକାଶ ଥାଉ କି, କାଶୀନଗର ଶ୍ରୀ ରାମ ଜୁନିଅର କଲେଜ ଅତି ପୁରାତନ ଅଟେ । ସରକାରୀ କଲେଜ କୁ ସରକାର ପୂର୍ଣ୍ଣ ଗ୍ରେଣ୍ଟ ଦେଇଛନ୍ତି ହେଲେ ଚଳିତ ବର୍ଷ ଗୋଟିଏ ହେଲେ ପ୍ରଥମ ଶ୍ରେଣୀ ଫଳାଫଳ ଆସିନାହିଁ । ଏହି କଲେଜରେ ମୋଟ ବିଜ୍ଞାନ ପିଲା ୩୪ ଜଣ ପରୀକ୍ଷା ଦେଇଥିଲେ ଗୋଟିଏ ବି ପ୍ରଥମ ଶ୍ରେଣୀରେ ପାସ ହୋଇନାହାଁନ୍ତି । ୩ ଜଣ ଦ୍ୱିତୀୟ ଓ ୧୫ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ।

ମୋଟ ଭାବେ ୫୩ % ରେଜେଲ୍ଟ ହୋଇଛି ସେପଟ ବେସରକାରୀ ଭାବେ ଶ୍ରୀ ଜଗନ୍ନାଥ ସେକେଣ୍ଡାରୀ ସ୍କୁଲରେ ୪୭ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଶତ ପ୍ରତିଶତ ରେହେଲ୍ଟ ହୋଇଛି । ପ୍ରଥମ ଶ୍ରେଣୀରେ ୧୦, ଦ୍ଵିତୀୟରେ ୧୩ ଓ ତୃତୀୟରେ ୧୪ ଜଣ ପାସ୍ ହୋଇଥିବା ଜଣା ପଡ଼ିଛି । ସରକାରୀ କଲେଜରେ ସବୁ ପ୍ରକାର ସୁବିଧା ଥାଇ ସୁଦ୍ଧା ଏତେ କାମ ରେଜେଲ୍ଟ ଆସିଲା ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।