ମହନ୍ତ ଶ୍ରୀ ଗୋବର୍ଦ୍ଧନ ଦାସ ଜୀ ୧୫ ତମ ମାଗତ୍ସଭ ଅନୁଷ୍ଠିତ

0
206
ମହନ୍ତ ଶ୍ରୀ ଗୋବର୍ଦ୍ଧନ ଦାସ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୦୭) : ଆଜି କାଶୀନଗର ଜଗନ୍ନାଥ ମନ୍ଦିର ଠାରେ ମହନ୍ତ ଶ୍ରୀ ଗୋବର୍ଦ୍ଧନ ଦାସ ଜୀ ଙ୍କ ୧୫ ତମ ଶ୍ରାଦ୍ଧ ତଥା ମାଗତ୍ସଭ ଅନୁଷ୍ଠିତ ହୋଇ ଯାଇଛି ।

ସୂଚନା ମୁତାବକ ଗଜପତି ଜିଲ୍ଲା କାଶୀନଗର ସହରରେ ଥିବା ଜଗନ୍ନାଥ ମନ୍ଦିର ର ପୂର୍ବତନ ମଠାଧୀଶ ତଥା ମହନ୍ତ ଶ୍ରୀ ଗୋବର୍ଦ୍ଧନ ଦାସ ଜୀ ୨୦୦୭ ମସିହାରେ ପରଲୋକ ହୋଇଥିଲା । ବୈଷ୍ଣବ ସମ୍ପ୍ରଦାୟ ପ୍ରକାରେ ମହନ୍ତ କିମ୍ବା ମଠାଧୀଶ ଙ୍କ ମୃତ୍ୟୁ ଓ ଶ୍ରାଦ୍ଧ କୁ ମାଗତ୍ସଭ କୁହାଯାଏ । ଆଜି ଗଜପତି ଓ ଗଞ୍ଜାମ ଜିଲ୍ଲା ର ବହୁ ସାଧୁ ସନ୍ଥ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ଏବଂ ଭାଗବତ ପାରାୟଣ ମଧ୍ୟ ଅନୁଷ୍ଠିତ ହେଉଛି ।

ବର୍ତ୍ତମାନ ମଠାଧୀଶ ଶ୍ରୀ ପଦ୍ମ ଚରଣ ଦାସ ଜଣାଇଛନ୍ତି କି ଏହି ମାଗତ୍ସଭ ଚଳିତ ବର୍ଷ ଟିକେ କମ୍ ଯାକ ଯମକରେ ପାଳନ ହେବ କାରଣ ବାଗସଲା ମଠ ର ମଠାଧୀଶ ଙ୍କ ମୃତ୍ୟୁ ହୋଇଛି । ଏଣୁ ପ୍ରଥମେ ଭାଗବତ ପାରାୟଣ, ମଧ୍ୟାହ୍ନ ଆରତୀ ଏବଂ ମହାରାଜ ଙ୍କ ୧୫ ତମ ଶ୍ରାଦ୍ଧ ଦିବସ ପାଳନ, ମନ୍ତ୍ର ଧ୍ଵନିରେ ଅମର ଆତ୍ମା ର ସଦଗତି କାମନା ପୂର୍ବକ ପୂଜା ଓ ନାମ ସଙ୍କୀର୍ତ୍ତନ ସହ ମଧ୍ୟାହ୍ନ ଧୂପ, ଅପ୍ରସଡ ସେବନ ଇତ୍ୟାଦି ବ୍ୟବସ୍ଥା ହୋଇଥିବା ଜଣାଯାଏ ।