ମଦନ ମୋହନ ମନ୍ଦିରରେ ଝୁଲଣ ଯାତ୍ରା

0
154
ମଦନ ମୋହନ ମନ୍ଦିରରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୮/୦୮) : ଗଜପତି ଜିଲ୍ଲା ର କଡ଼ିନଗର ଠାରେ ବିଜେ ହୋଇଥିବା ମଦନ ମୋହନ ମନ୍ଦିରରେ ଶ୍ରୀ ମଦନ ମହାପ୍ରଭୁ ଙ୍କ ଝୁଲଣ ଯାତ୍ରା ଆଗାମୀ ଗମ୍ହା ପୂର୍ଣ୍ଣମୀ ଦିନ ଶେଷ ହେବ ।

କେଉଁ ଆବାହମାନ କାଳ ରୁ ପ୍ରତିଷ୍ଠିତ ହୋଇଥିବା ମଦନ ମୋହନ ମନ୍ଦିରରେ ଶ୍ରୀ ମଦନ ମୋହନ ମହାପ୍ରଭୁ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ଦଶମୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ଦିନ ଶେଷ ହେବ । କାଶୀନଗର ତଥା ଆଖ ପାଖ ଅଞ୍ଚଳ ରୁ ବହୁ ଭକ୍ତ ସମାଗମ ହୁଅନ୍ତି । କାଶୀନଗର ରାଧାକୃଷ୍ଣ ଭଜନ ମଣ୍ଡଳୀ ତରଫରୁ ବହୁ ପୁରାତନ ଝୁଲଣ ଗୀତ ପରିବେଷଣ ହୋଇଥାଏ । ଗୁରୁ ପଦ୍ମନ ବେହେରା, ଶ୍ୟାମଘନ, ମିନା କାଟିଲିଙ୍ଗା, ବେଣୁଧର ନାୟକ ଆହୁରି ଅନେକ ଗାୟକ ଗୀତ ପରିବେଷଣ କରିଥିଲେ ।

ମନ୍ଦିର ର ଟ୍ରଷ୍ଟି ଶ୍ରୀ ବାଞ୍ଛାନିଧି ପାତ୍ର, ଜଗଦୀଶ ପାତ୍ର ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହେଉଛି । ଆଗାମୀ ଜନ୍ମାଷ୍ଟମୀ ଆଗ ଦିନ ଅଧିବାସ ହେବ, ସେହିଦିନ ମାଁ ଙ୍କ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ । ସେହିଦିନ ଏକୋଇଶି ପ୍ରକାର ବ୍ୟଞ୍ଜନ ସହ ଭଗବାନ ଙ୍କ ପୂଜା ଅନୁଷ୍ଠିତ ହେବ ।