ବାଲ୍ୟ ବିବାହ ଓ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ରାଲି

0
114
ବାଲ୍ୟ ବିବାହ ଓ ନିଶାମୁକ୍ତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୮/୦୮) : ବାଲ୍ୟ ବିବାହ ଓ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଗଜପତି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅନୁସାରେ ଆଜି କାଶୀନଗର ବ୍ଲକ ତରଫରୁ ଏଜ ବିରାଟ ସଚେତନ ରାଲି ଅନୁଷ୍ଠିତ ହୋଇଯାଇଛି ।

ସକାଳ ୯ ଟାରେ ପ୍ରଥମେ ଉପସ୍ଥିତ ଅଧିକାରୀ ଓ ଅଙ୍ଗନବାଡ଼ି କର୍ମୀ ଓ ସ୍କୁଲ ଛାତ୍ର ଛାତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ, ବୁଦ୍ଧିଜୀବୀ ସାମ୍ବାଦିକ ମାନେ ଶପଥ ପାଠ କରିଥିଲେ । ପରେ ଷ୍ଟେଟ ବ୍ୟାଙ୍କ ଠାରୁ ବାଲ୍ୟ ବିବାହ ଓ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଏହି ରାଲି ଆରମ୍ଭ ହୋଇଥିଲା । ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲଷ୍ମୀ ପ୍ରସାଦ ସାହୁ, ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ସମ୍ପୂର୍ଣ୍ଣ ରାଉତ, ବ୍ଲକ ସହକାରୀ ଯନ୍ତ୍ରୀ ବିଶ୍ୱନାଥ ବେହେରା, ଶିଶୁ ପ୍ରକଳ୍ପ ଅଧିକାରୀ କନକଲ ପୂଜାରୀ, ବୁଦ୍ଧିଜୀବୀ ହୃଷିକେଶ ଗୌଡ଼, ସାମ୍ବାଦିକ ରାଜେଶ ପଟ୍ଟନାୟକ, ଆନନ୍ଦ ପାତ୍ର, ରାଜେଶ ମିଶାଲ, ଟୁନା ଚୌଧୁରୀ, କାଶୀନଗର ବ୍ଲକ ଅଧ୍ୟକ୍ଷ, ପୌର ଉପାଧ୍ୟାକ୍ଷ, ବହୁ ବିଦ୍ୟାଳୟ ର ଶିକ୍ଷକ ଶୁକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।

ଏହି ରାଲି ଫୋରେଷ୍ଟ ଛକ ଦେଇ ବସ ଷ୍ଟାଣ୍ଡ ପୋଲିସ ଷ୍ଟେସନ ଦେଇ ବ୍ଲକ ପର୍ଯ୍ୟନ୍ତକୁ ଯାଇଥିଲା । ସେଠାରେ ରାଲିକୁ ସାଙ୍ଗ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ଲୋକ ମାନଙ୍କୁ ସଚେତନ କରାଇଥିଲେ । ଏହି ରାଲିରେ ଅନ୍ୟୁନ ୫୦୦ ଜଣ ସାମିଲ ଥିଲେ । ସ୍ଥାନୀୟ ଥାନା ଅଧିକାରୀ ଙ୍କ ନେତୃତ୍ୱରେ ପୋଲିସ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ । ସ୍ଥାନୀୟ କଲେଜ ଛାତ୍ର ମଧ୍ୟ ସାମିଲ ଥିଲେ । କାଶୀନଗର ବ୍ଲକ ର ୧୦୨ ଟି ଗ୍ରାମ ୧୨ ଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଚାଲିଛି ।