କାଶୀନଗର ଅଞ୍ଚଳରେ ଦୁର୍ଘଟଣା ବୃଦ୍ଧି

0
187
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୦୭) : ରାଜ୍ୟ ରାଜପଥ ୪ ହରିପୁର କାଜୁ କଳ ନିକଟରେ ଅତିକ୍ରମ କରିବା ସମୟରେ କାର ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଉକ୍ତ ଦୁର୍ଘଟଣାରେ ଜଗଦୀଶ ସୌରା ଓ କୃଷ୍ଣ ସୌରା ଆହତ ହୋଇ କାଶୀନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଘଟଣା ସ୍ଥଳକୁ ଯାଇ ୮୨/୨୨ କେସ ନ. ରେ ଏକ ମାମଲା ରୁଜ୍ଜୁ କରିଛି । ଏହି ଅଞ୍ଚଳରେ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ପୋଲିସ ପେଟ୍ରୋଲିଙ୍ଗ ଆବଶ୍ୟକ ହୋଇପଡିଛି ।