ଓଡ଼ିଶାର ସରକାରୀ ଶିକ୍ଷା ବ୍ୟବସ୍ଥା କେଉଁ ଅଧୋପତ୍ତନ ଆଡ଼କୁ ଗତି କରୁଛି ?

0
224
ଓଡ଼ିଶା ର ସରକାରୀ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୨/୦୮) : ଓଡ଼ିଶା ର ସରକାରୀ ଶିକ୍ଷା ବ୍ୟବସ୍ଥା ର ମୂଲ୍ୟାୟନ ଅଳ୍ପେ ବହୁତ ପ୍ରାୟ ପ୍ରତ୍ୟେକ ଓଡ଼ିଆ କରିସାରିଥିବେ l କିନ୍ତୁ ଏହାର ମାନ ଯେ ଏତେ ନିମ୍ନତର ହୋଇଯାଉଛି ଆଜିର ଏହି ଫୋଟ ଚିତ୍ରରୁ ସ୍ୱଷ୍ଟ ପ୍ରମାଣିତ ହେଉଛି l

ଆଜିର ତାରିଖରେ ଓଡ଼ିଶା ର ସରକାରୀ ବିଦ୍ୟାଳୟରେ ପଢୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କୁ ମଧ୍ୟାହ୍ନ ଭୋଜନ ସହିତ ମାଗଣାରେ ପୁସ୍ତକ, ସ୍କୁଲ ଡ୍ରେସ, ସାଇକେଲ ଏମିତିକି ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ମାଗଣାରେ ହଷ୍ଟେଲ ବ୍ୟବସ୍ଥା ମଧ୍ୟ କରାଯାଇଛି l ସରକାରଙ୍କ ତରଫରୁ ଏହି ସମସ୍ତ ଯୋଜନା କରାଯାଇଥିବା ସତ୍ତ୍ୱେ ମାଗଣା ଶିକ୍ଷା ବ୍ୟବସ୍ଥା ପ୍ରତି ଲାଳାୟିତ ନହୋଇ ରାୟଗଡ଼ା ର ଜଣେ ସାଧାରଣ ଟ୍ରଲି ଚାଳକ ନିଜ ସନ୍ତାନକୁ ଉନ୍ନତ ଶିକ୍ଷା ଯୋଗାଇବା ପାଇଁ ଏକ ପ୍ରାଇଭେଟ ସ୍କୁଲରେ ପଢ଼ାଇବା ଶ୍ରେୟସ୍କର ମଣିଛି l

https://youtu.be/67Ksk2nBFi0

ତେଣୁ ନିଜ କଷ୍ଟ ଅର୍ଜିତ ଟଙ୍କା ର ଅଧିକାଂଶ ଭାଗ ନିଜ ଦୁଇଟି ସନ୍ତାନଙ୍କ ପଢ଼ାରେ ଖର୍ଚ୍ଚ ହେଉଥିଲେ ସୁଦ୍ଧା ପିଲାଙ୍କ ଉନ୍ନତ ଭବିଷ୍ୟତ କଥା ସେ ଚିନ୍ତା କରିଛି l ଏହିପରି ଚିନ୍ତାଧାରା ଏବଂ ଦିନ କୁ ଦିନ ପ୍ରାଇଭେଟ ଶିକ୍ଷା ପ୍ରତି ସାଧାରଣ ରୁ ସାଧାରଣ ଜନତାଙ୍କ ଆକର୍ଷଣ ଆମ ଶିକ୍ଷା ବ୍ୟବସ୍ଥା ପ୍ରତି ଏକ ତାଚ୍ଛଲ୍ୟକର ଇଙ୍ଗିତ ନୁହେଁ ତ ଆଉ କ’ଣ ? ସମସ୍ତ ଯୋଜନା ତ ଆମ ସରକାର କରିଛନ୍ତି କିନ୍ତୁ, ପାରଙ୍ଗମ ଶିକ୍ଷକତା ତଥା ସଠିକ ପରିଚାଳନା ର ଅଭାବରୁ ଆଜି ଓଡ଼ିଆ ଶିକ୍ଷା ର ମାନହ୍ରାସ ପାଇଛି l

ନହେଲେ ଆମେ ଓଡ଼ିଶା ଶିକ୍ଷା ବ୍ୟବସ୍ଥା ର ୨୦/୨୫ ବର୍ଷ ର ଇତିହାସ ଓଲଟାଇଲେ ଜାଣିପାରିବା ଭାରତ ବର୍ଷ ର ସମସ୍ତ ରାଜ୍ୟ ତୁଳନାରେ ଓଡ଼ିଶା ର ଶିକ୍ଷା ବ୍ୟବସ୍ଥା ର ଏକ ସ୍ୱତନ୍ତ୍ର ସ୍ଥାନ ରହିଥିଲା l ଓଡ଼ିଶା ଶିକ୍ଷା ବ୍ୟବସ୍ଥା କେଉଁ ଅଧୋପତ୍ତନ ଆଡ଼କୁ ଗତି କରୁଛି ତାହା ଆଜିର ଏହି ଦୃଶ୍ୟ ଆମକୁ ଚିନ୍ତା କରିବାକୁ ବାଧ୍ୟ କରୁଛି l