ମହାନଦୀରେ ବନ୍ୟା ପାଣି ପ୍ରବାହିତ ଲୋକେ ଆତଙ୍କିତ,ଶତାଧିକ ଚାଷ ଜମି ଜଳମଗ୍ନ

0
174
ମହାନଦୀରେ ବନ୍ୟା ପାଣି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୪/୮) : ଗତ କିଛି ଦିନ ଧରି ପ୍ରବଳ ବର୍ଷା ଓ ଗତକାଲି ହୀରାକୁଦ ଜଳଭଣ୍ଡାରରୁ ୩୪ ଟି ଗେଟ ଯୋଗେ ଜଳ ନିଷ୍କାସନ ହେବା ପରେ ବିନିକା ଦେଇ ପ୍ରବାହିତ ମହାନଦୀରେ ବନ୍ୟା ପାଣି ଯୋଗୁଁ ଦୁଇ କୂଳ ଫୁଲି ଉଠିଛି ।WhatsApp Image 2022 08 15 at 11.35.55 AM ମହାନଦୀରେ ବନ୍ୟା ପାଣି ପ୍ରବାହିତ ଲୋକେ ଆତଙ୍କିତ,ଶତାଧିକ ଚାଷ ଜମି ଜଳମଗ୍ନ

ମହାନଦୀକୁ ସଂଯୋଗ କରୁଥିବା ନଦୀ, ନାଲ, ନାଲିଆ, ଜୋରରେ ପ୍ରଭାହୀତ ଭରପୁର ପାଣି ଯୋଗୁଁ ମହାନଦୀରେ ବନ୍ୟା ପାଣି ଆହୁରି ବଡ଼ିବାରେ ଲାଗିଛି । ଫଳରେ ନଦୀ କୁଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୧୦/୧୧ ବର୍ଷ ଆଗରୁ ମହାନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଛି । ବନ୍ୟା ସମୟରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରିବା ଓ ମହାନଦୀ ର ବନ୍ୟାପାଣି ବିନିକା ବିଜ୍ଞାପିତ ପରିଷଦ ଅଧିନସ୍ତ ଗାଁ ମାନଙ୍କରେ ଓ ସହରର ବିଭିନ୍ନ ତଳିଆ ସ୍ଥାନକୁ ମାଡି ଆସିବା ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ବିନିକା ର ପର୍ଯ୍ୟଟନ ସ୍ଥଳୀ ପାପକ୍ଷୟ ଘାଟ, ରହିଲା, ଭମରପାଲି, ଗୋଲାପଡ଼ା ଓ ବ୍ଲକ ଅଞ୍ଚଳ ର ଅରିଗାଁ, ମନିଗାଁ, ଝରାପଡ଼ା, ଗଣେଶ ପୁର, ସେଲେଡି, ତୁଲୁଣ୍ଡୁପାଲି, ଗରିଆପାଲି, କରତଙ୍ଗ, ଘୋଡ଼ାଧର, ପଣ୍ଡକିତାଳ ପ୍ରଭୃତି ଗାଁ ମାନଙ୍କରେ ବନ୍ୟା ପାଣି ପଶି ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଥର ବି ଆଗଭଳି ପରିସ୍ଥିତି ଆଶଙ୍କା ଥିବାରୁ ନଦୀ କୂଳିଆ ଗାଁ ଲୋକେ ଭୟଭୀତ ହୋଇ ପଡିଛନ୍ତି । ନଦୀ କୂଳିଆ ଗାଁ ମାନଙ୍କରେ ପଥର ଆଡ଼ିବନ୍ଧ ନିର୍ମାଣ କରାଯିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ପଦଷେପ ନିଆ ଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ବିଶେଷ କରି ଅଙ୍ଗନଦୀ ଓ ମହାନଦୀ ମୁହାଣରେ ରହୁଥିବା ଗ୍ରାମବାସୀ ବିପଦକୁ ବାଜି ଲଗାଇ ବନ୍ୟା ର ସମ୍ମୁଖୀନ ହେଉଥିବାର ନଜିର ରହିଛି । ପକ୍ଷରେ ମହାନଦୀରେ ବନ୍ୟା ପାଣି ପ୍ରବାହିତ ହୋଇ ଗୋଲାପଡା ଗ୍ରାମ ର ତଳିଅଞ୍ଚଳ, ସିନ୍ଦୂରପୁର ଗ୍ରାମ ପଞ୍ଚାୟତ ର ଝରାପଡ଼ା, ସେଳେଡି ର ଝରାପଡ଼ା ଆଦି ଅଞ୍ଚଳରେ ପାଣି ମାଡି ଯାଇଥିବାରୁ ଶହଶହ ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି । ଯଦି ବର୍ଷା ଲାଗି ରୁହେ ଓ ହୀରାକୁଦ ଜଳଭଣ୍ଡାରରୁ ଅଧିକ ଗେଟ ଖୋଲାଯାଏ ତେବେ ବିନିକା ଅଞ୍ଚଳରେ ବନ୍ୟା ପରିସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା ରହିଛି ।WhatsApp Image 2022 08 15 at 11.35.56 AM 1 ମହାନଦୀରେ ବନ୍ୟା ପାଣି ପ୍ରବାହିତ ଲୋକେ ଆତଙ୍କିତ,ଶତାଧିକ ଚାଷ ଜମି ଜଳମଗ୍ନ

ସନ୍ଧ୍ୟାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ବିନିକା ଗସ୍ତରେ ଅଚାନକ ଆସି ବନ୍ୟା ଅଞ୍ଚଳ ର ୨/୩ନଂ ୱାର୍ଡ ପରିଦର୍ଶନ କରି ଲୋକଙ୍କ ସହିତ କଥାବାର୍ତ୍ତା ହେବା ସହ ତୁରନ୍ତ ସେମାନଙ୍କ ସମସ୍ୟା ର ସମାଧାନ ପ୍ରତି ପ୍ରଶାସନିକ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକଙ୍କ ସହ ଏନଏସି ନଗରପାଲ ସୁବାସ ଚନ୍ଦ୍ର ଭୋଇ, ଉପ ନଗରପାଳ ତପସ୍ୱୀନୀ ମେହେର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ, ନଗର ସଭାପତି ସୋମନାଥ ମିଶ୍ର, ହଲୟୁଧ ମିଶ୍ର, କାଉନସିଲର, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।