ସ୍ୱାଧୀନତା ଦିବସ ଅବସରରେ ନୂଆଁ ନାରା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0
132
ସ୍ୱାଧୀନତା ଦିବସ ଅବସରରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୫/୦୮) : ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଅବସରରେ ନୂଆଁ ନାରା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲାଲ ବାହାଦୂର ଶାସ୍ତ୍ରୀ ଓ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଛନ୍ତି ମୋଦି । ଏଥିସହ ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନରେ ଯୋଡିଛନ୍ତି ନୂଆଁ ନାରା । ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ ପାଇଁ ଆହ୍ୱାନ ଦେଇଛନ୍ତି ମୋଦି ।

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଲାଲ ବାହାଦୂର ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିଷାନ’ ର ସ୍ଲୋଗାନକୁ ଆମେ ସବୁବେଳେ ମନେ ରଖିଥାଉ । ପରେ ଅଟଳ ବିହାରୀ ବାଜପେୟୀ ଏହି ସ୍ଲୋଗାନରେ ‘ଜୟ ବିଜ୍ଞାନ’ ଯୋଡିଥିଲେ । ବର୍ତ୍ତମାନ ଆଉ ଗୋଟିଏ ଜିନିଷ ଯୋଡାଯିବା ଆବଶ୍ୟକ- ‘ଜୟ ଅନୁସନ୍ଧାନ’ ।

ଏଥିସହ ଦୁର୍ନୀତିକୁ ନେଇ ମଧ୍ୟ ବଡ କଥା କହିଛନ୍ତି ମୋଦି । ଦେଶରୁ ଦୁର୍ନୀତି ହଟିବା ଜରୁରୀ । ଦୁର୍ନୀତି ଏକ ବଡ ଆବର୍ଜନା । ଦୁର୍ନୀତି ବିରୋଧରେ ଲଢେଇ କରିବା ଆମ ପାଇଁ ଜରୁରୀ । ଯିଏ ଲୁଟିଛି ସେମାନଙ୍କୁ ଦେଶରୁ ଫେରାଇବାକୁ ପଡିବ । ବ୍ୟାଙ୍କ ଲୁଟିଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ ହେଉଛି । କିଛି ଲୋକଙ୍କ ପାଖରେ ଟଙ୍କା ରଖିବାକୁ ଜାଗା ନାହିଁ। ଦୁର୍ନୀତି ଗ୍ରସ୍ତଙ୍କ ପ୍ରତି ଉଦାର ମନୋଭାବ ଦେଖାଯିବନି ।

ଯେଉଁମାନେ ଦୁର୍ନୀତି କରନ୍ତି ସେମାନଙ୍କୁ ଦଣ୍ଡ ଦେବା ପାଇଁ ଆମକୁ ଏକ ସମାଜ ଭାବରେ ଏକାଠି ହେବାକୁ ପଡିବ । ଦୁର୍ନୀତି ଗ୍ରସ୍ତଙ୍କୁ ଦଣ୍ଡ ଦେବାର ମାନସିକତା ନ ଥିଲେ, ରାଷ୍ଟ୍ର ସର୍ବୋଚ୍ଚ ଗତିରେ ଅଗ୍ରଗତି କରିପାରିବ ନାହିଁ । ଆମର ଅନେକ ଅନୁଷ୍ଠାନ ପାରିବାରିକ ନିୟମ ଦ୍ୱାରା ପ୍ରଭାବିତ, ଏହା ଆମର ପ୍ରତିଭା, ଦେଶର ସାମର୍ଥ୍ୟକୁ କ୍ଷତି ପହଞ୍ଚାଇ ଥାଏ ଏବଂ ଦୁର୍ନୀତିକୁ ବଢ଼ାଇଥାଏ ବୋଲି ମୋଦି ଦେଶବାସୀଙ୍କୁ କହିଛନ୍ତି ।