ପ୍ରଥମ ଥର ପାଇଁ ସ୍ୱଦେଶୀ ତୋପରେ ଦିଆଗଲା ସଲାମୀ

0
126
ପ୍ରଥମ ଥର ପାଇଁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୫/୦୮) : ଦେଶ ଆଜି ୭୬ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଦେଶ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ୯ ଥର ପାଇଁ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି । ଏହି ସମୟରେ ୨୧ ତୋପ ର ସଲାମୀ ଦିଆଯାଇଥିଲା । ପ୍ରଥମ ଥର ପାଇଁ ଅଗଷ୍ଟ ୧୫ ରେ ସ୍ୱଦେଶୀ ତୋପରେ ଏହି ସଲାମୀ ଦିଆଯାଇ ନୂଆ ରେକର୍ଡ କରିଛି ଭାରତ ।

ପ୍ରଥମ ଥର ପାଇଁ ସ୍ୱଦେଶୀ ତୋପରେ ଦିଆଗଲା ସଲାମୀ । ଏଥିପାଇଁ DRDO ଦ୍ୱାରା ନିର୍ମିତ ଏହି ସ୍ୱଦେଶୀ ହବିଜ୍‌ଜର୍‌ ବନ୍ଧୁକ ବ୍ୟବହାର କରାଯାଇଥିଲା । ଏହାକୁ ATAGS (Advanced Towed Artillery Gun System) ମଧ୍ୟ କୁହାଯାଏ ।

DRDO ଦ୍ୱାରା ନିର୍ମିତ ଏହି ତୋପକୁ ବିଶ୍ୱ ର ଦୀର୍ଘତମ ରେଞ୍ଜ ବନ୍ଧୁକ ମଧ୍ୟରେ ଗଣାଯାଏ । ଏହାର ରେଞ୍ଜ କ୍ଷମତା ୪୮ କିଲୋମିଟର ରହିଛି । ବିଶ୍ୱାସ କରାଯାଏ ଯେ ଏହି ତୋପ ସମସ୍ତ ପାଣିପାଗରେ କାମ କରିପାରିବ, ମାଇନସ୍ ୩୦ ଡିଗ୍ରୀ ଥଣ୍ଡା ହେଉ କିମ୍ବା ୭୫ ଡିଗ୍ରୀ ଉତ୍ତାପ ହେଉ ସବୁଠି ଏହି ତୋପ ସମାନ ରୂପେ କାମ କରିବ । ଚୀନକୁ ଲାଗି ରହିଥିବା LAC ରୁ ରାଜସ୍ଥାନର ମରୁଭୂମି ପର୍ଯ୍ୟନ୍ତ ଏହି ତୋପକୁ ବ୍ୟବହାର କରାଯାଇ ପାରିବ । ଏହା ଏକ ୧୫୫ ମିଲିମିଟର କ୍ୟାଲେବର୍ ତୋପ । ଏହା ସହିତ ଏଥିରୁ ୧୫୫ ଏମ୍‌ଏମ୍‌ ର ଗୁଳି ମଧ୍ୟ ସୁଟ୍‌ କରାଯାଇପାରେ ।

ଏହି ସ୍ୱଦେଶୀ ତୋପ ପ୍ରତି ମିନିଟରେ ୫ ଟି ସେଲ ଗୁଳି କରିପାରେ । ଦିନ ହେଉ ଅବା ରାତି ଉଭୟ ସମୟରେ ଏହି ତୋପ କାମ କରିପାରିବ । ଅନ୍ଧାର ରାତିରେ ଟାର୍ଗେଟ କରିବା ପାଇଁ ତୋପରେ ଥର୍ମାଲ୍ ସାଇଟ୍‌ ସିଷ୍ଟମ ରହିଛି । ଏହି ତୋପର ବ୍ୟାରେଲ ଲମ୍ବ ୮୦୬୦ ମି.ମି. । ହାଲୁକା ଓଜନ ହେତୁ ଏହାକୁ ଉଚ୍ଚ ଯୁଦ୍ଧକ୍ଷେତ୍ରରେ ନିୟୋଜିତ କରାଯାଇ ପାରିବ ।

ଉଲ୍ଲେଖଯୋଗ୍ୟ, ଗତ ୭୪ ବର୍ଷ ହେଲା ଅଗଷ୍ଟ ୧୫ କାର୍ଯ୍ୟକ୍ରମ ବ୍ରିଟେନରେ ନିର୍ମିତ ବନ୍ଧୁକ ବ୍ୟବହୃତ ହୋଉଥିଲା । ମେଡ ଇନ୍ ଇଣ୍ଡିଆକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରୁଛନ୍ତି । ତେଣୁ ଦେଶରେ ତିଆରି ସ୍ୱଦେଶୀ ତୋପ ଜରିଆରେ ଲାଲକିଲ୍ଲାରୁ ସଲାମୀ ଦେବା ପାଇଁ ଚଳିତ ଥର ନିଷ୍ପତ୍ତି ନିଆଯାଇଥିଲା ।