ଚନ୍ଦ୍ରଗିରି ଠାରେ ଷ୍ଟାରଲିଙ୍ଗ ଫୋରେଷ୍ଟ ରିସର୍ଟ

0
137
ଚନ୍ଦ୍ରଗିରି ଠାରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୦୮) : ଗଜପତି ଜିଲ୍ଲା ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି l ଚନ୍ଦ୍ରଗିରି ଠାରେ ପର୍ଯ୍ୟଟକ ମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ଏକ ଷ୍ଟାର ଲିଙ୍ଗ ଫୋରେଷ୍ଟ ରିସର୍ଟ ପଞ୍ଚ ତାରକା ହୋଟେଲ ଆରମ୍ଭ ହୋଇଯାଇଛି l

ଗଜପତି ର ପ୍ରମୁଖ କିମ୍ବଦନ୍ତୀ ପୌରାଣିକ ପର୍ଯ୍ୟଟନ ସ୍ଥଳ ମହେନ୍ଦ୍ରଗିରି, ଖସଡ଼ା ୱାଟର ଫଲ, ଚନ୍ଦ୍ରଗିରି ର ପ୍ରମୁଖ ବୌଦ୍ଧ କୀର୍ତ୍ତି ମନ୍ଦିର ରହିଛି l ହେଲେ ପର୍ଯ୍ୟଟକ ରହିବା ପାଇଁ କୌଣସି ପାନ୍ଥଶାଳା ନାହିଁ ଏଣୁ ପ୍ରତିଷ୍ଠିତ ଶିଳ୍ପପତି ଶ୍ରୀ ଅଜିତ କୁମାର ସାହୁ ଚନ୍ଦ୍ରଗିରି ଠାରେ ପର୍ଯ୍ୟଟକ ମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ଏକ ଷ୍ଟାର ଲିଙ୍ଗ ଫୋରେଷ୍ଟ ରିସର୍ଟ ପଞ୍ଚ ତାରକା ହୋଟେଲ ଆରମ୍ଭ କରିଛନ୍ତି l ଏବେ ପର୍ଯ୍ୟଟକ ଏହାର ସୁବିଧା ଉପଲବ୍ଧ କରିପାରିବେ ଏବଂ ଗଜପତି ଜିଲ୍ଲାରେ ପର୍ଯ୍ୟଟକ ଙ୍କ ସଂଖ୍ୟା ବଡ଼ିବା ଆଶା କରାଯାଇଛି l ହେଲେ ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗଜପତି ବାସୀ ଦାବୀ କରିଛନ୍ତି l