କାଶୀନଗର ମଦନ ମୋହନ ମନ୍ଦିରରେ ଝୁଲଣ ଯାତ୍ରା

0
179
କାଶୀନଗର ମଦନ ମୋହନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୦୮) : ଗତ ପାଞ୍ଚ ଦିନ ହେବ ଗଜପତି ଜିଲ୍ଲା ର କାଶୀନଗର ମଦନ ମୋହନ ମନ୍ଦିରରେ ଝୁଲଣ ଯାତ୍ରା ଅନୁଷ୍ଠିତ ହେଉଛି ।WhatsApp Image 2022 08 12 at 7.45.54 AM କାଶୀନଗର ମଦନ ମୋହନ ମନ୍ଦିରରେ ଝୁଲଣ ଯାତ୍ରା

କେଉଁ ଆବାହମାନ କାଳ ରୁ କାଶୀନଗର ମଦନ ମୋହନ ମନ୍ଦିରରେ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଚାଲିଛି । ପୁରୀ ଜଗନ୍ନାଥ ମନ୍ଦିରରେ ଯେଉଁ ଦିନ ଝୁଲଣ ଆରମ୍ଭ ହୁଏ ପୂର୍ଣ୍ଣମୀ ଦିନ ସମାପ୍ତି ହୁଏ । ଶେଷ ଦିନରେ ଲଷ୍ମୀ ନାରାୟଣ ଭଜନ ମଣ୍ଡଳୀ ର ଦୁଃଖୀ ଶ୍ୟାମ ଲେଙ୍କା, ମିନା ଜୟପୁର ଓ ତାଙ୍କ ସହଯୋଗୀ ମାନେ ଭଜନା ଓ ଝୁଲଣ ଗୀତ ପରିବେଷଣ କରିଥିଲେ ।

ପ୍ରତ୍ୟେକ ବର୍ଷ ଯାକ ଯମକରେ ଏହି ପର୍ବ ପାଳନ ହୁଏ । ମଦନ ମୋହନ ମନ୍ଦିର ଟ୍ରଷ୍ଟି ବାଞ୍ଛାନିଧି ପାତ୍ର, ଜଗଦୀଶ ପାତ୍ର, ମଦନ ପାତ୍ର, ଗୋପୀନାଥ ପାତ୍ର, ଚିତ୍ତ ରଞ୍ଜନ ପାତ୍ର ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଯାତ୍ରା ଅନୁଷ୍ଠିତ ହେଉଛି । ସହର ର ବହୁ ଦର୍ଶକ ଭକ୍ତ ଏହି ଝୁଲଣ ଯାତ୍ରା ଉପଭୋଗ କରିଛନ୍ତି ।