ଭୂତ କୋଠି ପାଲଟିଛି ବ୍ଲକ କଲୋନୀ : ଜିଲ୍ଲାପ୍ରଶାସନର ଦୃଷ୍ଟି ପଡୁନି

0
262
ଭୂତ କୋଠି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୭/୯) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ପଞ୍ଚାୟତ ସମିତି ର ବ୍ଳକ କଲୋନୀ ଟି ଭୂତ କୋଠି ପାଳଟିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଏହି କଲୋନୀ ରେ ଅନେକ ସରକାରୀ କର୍ମଚାରୀ ମାନେ ରହି ଆସୁଥିଲେ ।WhatsApp Image 2022 09 08 at 7.22.28 AM ଭୂତ କୋଠି ପାଲଟିଛି ବ୍ଲକ କଲୋନୀ : ଜିଲ୍ଲାପ୍ରଶାସନର ଦୃଷ୍ଟି ପଡୁନି

ସେହି ସମୟରେ ପଞ୍ଚାୟତ ସମିତି ର କାର୍ଯ୍ୟ ଗୁଡିକ ଅତି ସୁରୁଖୁରୁରେ ଚାଲିଆସୁଥିଲା । ଭୂତ କୋଠି ପାଲଟିଛି ବ୍ଲକ କଲୋନୀ ପ୍ରାୟ ୧୦ ବର୍ଷ ହେଲାଣି ଏହି କଲୋନୀ ରେ କୌଣସି ସରକାରୀ କର୍ମଚାରୀ ନ ରହି ଜିଲ୍ଲାରେ ଘର ଭଡ଼ା କାଢି ରହୁଥିବା ଯୋଗୁଁ କର୍ମଚାରୀ ମାନେ କେତେବେଳେ କେଉଁ ସମୟରେ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟଳୟରେ ଆସି ପହଞ୍ଚୁ ଥିବା ଯୋଗୁଁ ଲୋକମାନଙ୍କ ବିଭିନ୍ନ କାର୍ଯ୍ୟ ହୋଇପାରୁନାହିଁ ।

ସରକାର ନିୟମ ଅନୁଯାୟୀ ପ୍ରତ୍ୟେକ ସରକାର କର୍ମଚାରୀ ମାନେ ପାଞ୍ଚ କିଲୋମିଟର ବ୍ୟବଧାନ ଭିତରେ ରହିବାକୁ ନିୟମ ରହିଥିଲେ ମଧ୍ୟ କିଛି ତଳିଆ କର୍ମଚାରୀ ମାନଙ୍କୁ ଛାଡିଦେଲେ ବଡ଼ ବଡ଼ ବାବୁ ମାନେ ପ୍ରାୟ ୫୦ କିଲୋମିଟର ରାୟଗଡ଼ା ରେ ରହି ଆସୁଛନ୍ତି । ଖାଲି ପଞ୍ଚାୟତ କର୍ମଚାରୀ ନୁହେଁ ତହସିଲ କର୍ମଚାରୀ ମାନେ ମଧ୍ୟ ଜିଲ୍ଲାରେ ରହି ଆସୁଛନ୍ତି । ଏହି ମାନଙ୍କୁ ରହିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ହେଡ କ୍ଵାଟର ରେ କ୍ଵାଟର ଗୁଡ଼ିକ ତିଆରି କରାଯାଇଛି ଓ ପ୍ରତି ବର୍ଷ ଉକ୍ତ କ୍ଵାଟର ଗୁଡ଼ିକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମରାମତି କରାଯାଉଛି ହେଲେ ମଧ୍ୟ କର୍ମଚାରୀ ମାନେ ନିଜ ନିଜ କ୍ଵାଟର ରେ ନ ରହି ଜିଲ୍ଲା ରେ ରହି ଆସୁଛନ୍ତି ।

ବର୍ତ୍ତମାନ କିଛି ଦିନ ହେଲା ଏ ମାନଙ୍କ ପାଇଁ କିଛି ନୂତନ କୋଠା ତିଆରି ମଧ୍ୟ ସେଠାରେ ପ୍ରତିଦିନ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଏହି ଅଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ପ୍ରତି ଦିନ ନିଜ କାମଛାଡି ଦୂରଦୂରାନ୍ତରୁ ଲୋକ ପଞ୍ଚାୟତ କାର୍ଯ୍ୟଳୟ ଓ ତହସିଲ କାର୍ଯ୍ୟାଳୟ ବିଭିନ୍ନ କାମ ପାଇଁ ଆସିଥାନ୍ତି । କର୍ମଚାରୀ ମାନେ ଜିଲ୍ଲାରେ ରହୁଥିବା ଯୋଗୁଁ କାର୍ଯ୍ୟଳୟ ବିଳମ୍ବରେ ପହୁଞ୍ଚୁଥିବା ଯୋଗୁଁ ଲୋକ ଜଗି ଜଗି ନିରାଶ ରେ ଫେରୁଥିବା ଦେଖିବା କୁ ମିଳିଛି ।

ଏହି ଭଳି ସମସ୍ୟା ଲାଗି ରହିଥିବା ଯୋଗୁଁ ପୂର୍ବରୁ ପାଞ୍ଚାୟତ ସମିତିବାସୀ ସରକାରୀ କର୍ମଚାରୀ ମାନେ ହେଡ କ୍ଵାଟର ରେ ରହିବାକୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ବାଧ୍ୟହୋଇ ଏହି ସମସ୍ୟା କୁ ଦୂର କରିବା ପାଇଁ ପୂର୍ବରୁ ଥିବା ଜିଲ୍ଲା ଙ୍କୁ ଦୃଷ୍ଟି ଆକର୍ଷଣ କରିବା ସହ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସଫଳ ହୋଇନାହିଁ ଯାହା ଫଳରେ ଉକ୍ତ କଲୋନୀ ଟି ଭୂତ କୋଠି ପାଲଟିଛି ।WhatsApp Image 2022 09 08 at 7.22.15 AM ଭୂତ କୋଠି ପାଲଟିଛି ବ୍ଲକ କଲୋନୀ : ଜିଲ୍ଲାପ୍ରଶାସନର ଦୃଷ୍ଟି ପଡୁନି

ଉକ୍ତ ବ୍ଲକ କଲୋନୀ ରେ କର୍ମଚାରୀ ମାନେ ରହୁ ନ ଥିବା ଯୋଗୁଁ ଏହି ସରକାରୀ ଗୃହ ରେ କିଛି ଅବସର ପ୍ରାପ୍ତ କର୍ମଚାରୀ ରହୁଥିବା ବେଳେ କିଛି ଗୃହ ସିମେଣ୍ଟ ଗୋଦାମ ପାଲଟିଛି ଓ କିଛି ଗୃହ ଠିକାଦାରଙ୍କ ଅଧୀନରେ ରହିଥିବା ନଜରକୁ ଆସୁଛି ବେଳେ କିଛି କ୍ଵାଟର ରେ ବେ ସରକାରୀ ଲୋକମାନେ ମଧ୍ୟ ରହୁଥିବା ଜଣାପଡୁଛି । କର୍ମଚାରୀ ମାନେ ଉକ୍ତ କ୍ଵାଟର ମାନଙ୍କରେ ରହୁ ନ ଥିବା ଯୋଗୁଁ ଏବଂ କାର୍ଯ୍ୟଳୟ କୁ ବିଲମ୍ବ ରେ ଆସୁଥିବା ଯୋଗୁଁ ଅନେକ ସରକାରୀ କାର୍ଯ୍ୟ ସଠିକ ବାଭରେ ହୋଇ ପାରିନାହିଁ କି ଲୋକ ଙ୍କ ହିତରେ ଲାଗୁ ନାହିଁ ।

ଏଥି ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ କର୍ମଚାରୀ ମାନଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ସହ ସମସ୍ତ କର୍ମଚାରୀ ମାନଙ୍କୁ ହେଡ କ୍ଵାଟର ରହିବା ପାଇଁ ପଦକ୍ଷେପ ନେଲେ ବ୍ଳକ ଉପକୃତ ହେବେ ବୋଲି ନୂତନ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି । ଦେଖିବା କୁ ବାକି ରହିଛି । ଏହି ସମସ୍ୟା କେବେ ଦୂର କରିବେ ଜିଲ୍ଲା ପ୍ରଶାସନ । ଯେଉଁ ପର୍ଯ୍ୟନ୍ତ ଏହି ସମସ୍ୟା ଦୂର ନ ହେବ ସେହି ପର୍ଯ୍ୟନ୍ତ ଆମ ଖବର ଜାରି ରହିବ ।