ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ୨.୦ ର ପ୍ରଚାର ଅଭିଯାନ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ରେ ଅନୁଷ୍ଠିତ

0
212
ଓଡ଼ିଶା ଷ୍ଟାର୍ଟଅପ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୦୭/୦୯) : ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ଆଜି ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ୨.୦ ର ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lWhatsApp Image 2022 09 08 at 7.23.06 AM ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ୨.୦ ର ପ୍ରଚାର ଅଭିଯାନ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ରେ ଅନୁଷ୍ଠିତ

ଏହି ପ୍ରଚାର ଅଭିଯାନକୁ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତ ୨୬ ଅଗଷ୍ଟ ୨୦୨୨ ରେ ଶୁଭାରମ୍ଭ କରିଥିଲେ l ଏହି ପରିପେକ୍ଷୀରେ ଜି ଆଇ ଟି ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ପକ୍ଷରୁ ୨୪ ଗୋଟି ନୂତନ ଉଦ୍ଭାବନ ବିଚାର ଦ୍ୱାରା ଷ୍ଟାର୍ଟଅପ ଗାଡି ନିକଟରେ ଉପସ୍ଥାପନ କରାଯାଇଥିଲା l ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ୨.୦ ର କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଡିନ ଡ଼ଃ. ଏ .ବି. ଶ୍ରୀନିବାସ ରାଓ ସ୍ୱାଗତ ଭାଷଣ ଦେଇଥିଲେ l

ଏହି କାର୍ଯ୍ୟକର୍ମକୁ ଓଡିଶା ଷ୍ଟାର୍ଟଅପର ପ୍ରତିନିଧି ଧୃତି ଦାସ ଅନିର୍ବନ ଭାଟାଚାର୍ଯ୍ୟ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକମର ଆଭିମୁଖ୍ୟ ବିଷୟରେ ସମ୍ବୋଧନ କରିଥିଲେ l ରାୟଗଡ଼ା ଆଞ୍ଚଳିକ ଶିଳ୍ପକେନ୍ଦ୍ରର ଅଧିକାରୀ ଦେବାଶିଷ ମହାନ୍ତି ଯୋଗଦେଇ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ପକ୍ଷରୁ ପ୍ରଦର୍ଶିତ ପ୍ରକଳ୍ପକୁ ପ୍ରଶଂସା କରିବା ସହ ଏହି ଭଳି ଚିନ୍ତା ଧାରା ଆଗକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ l ବିଶ୍ଵବିଦ୍ୟାଳୟର ଉଦ୍ୟୋଗକାରୀ ବିଭାଗର ସଂଯୋଜକ ରାଧାନାଥ ପାତ୍ର, ଡ଼ଃ ସଚ୍ଚିକାନ୍ତ ଦାଶ, ଶଶାଙ୍କ ଶେଖର ପଣ୍ଡା, ଡ଼ଃ ଦୀପ୍ତି କାନ୍ତ ଆଚାର୍ଯ୍ୟ, ଡ଼ଃ ସନ୍ତୋଷ କୁମାର ବିନ୍ଧ୍ୟଣୀ ପ୍ରମୁଖ ଉପସ୍ଥିତ ଥିଲେ l ରାୟଗଡ଼ା ଆଞ୍ଚଳିକ ଶିଳ୍ପକେନ୍ଦ୍ରର ଅଧିକାରୀ ସବ୍ୟସାଚୀ ସାହୁ ଧନ୍ୟବାଦ ଅର୍ପଣ କରିଥଲେ l