୯ ଦିନ ଧରି ପାଣି ଯୋଗାଣ ବନ୍ଦ : କଲ୍ୟାଣସିଂହପୁର ଗ୍ରାମବାସୀ ହନ୍ତସନ୍ତ

0
193
୯ ଦିନ ଧରି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୬/୮) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ମହକୁମାରରେ ପାଇପ ମରାମତି ହେବା ଯୋଗୁଁ ହଜାର ହଜାର ୯ ଦିନ ଧରି ପାଣି ଯୋଗାଣ ବନ୍ଦ ହୋଇଯାଇଛି । ଫଳରେ ଲୋକ ନାହିଁ ନଥିବା ହଇରାଣ ହେବାକୁ ପଡୁଥିଲେବି ସରକାରଙ୍କ ପକ୍ଷରୁ କୌଣସି ଅଧିକାରୀ କି ଲୋକ ପ୍ରତିନିଧି ମାନଙ୍କ ଆଖି ପଡୁନଥିବା ଦୁର୍ଭାଗ୍ୟ ବିଷୟ ପାଲଟିଛି ।

ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ପାଇପ ଲାଇନ ସଜାଡ଼ିବାରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଓ ଜଳ ଓ ପରିମଳ ବିଭାଗ ର ନିଷ୍କ୍ରିୟତା ପାଇଁ ଆଜକୁ ଦୀର୍ଘ ୯ ଦିନ ଧରି ଗ୍ରାମବାସୀ ଟୋପାଏ ପାଣି ପିଇବାକୁ ବାରଦ୍ଵାର ହେବାକୁ ପଡୁଛି । ଯାହାଫଳରେ ବ୍ୟକ୍ତିଗତ ବର ଯାହାର ଅଛି ନଳକୂପ ସେ ଦୟା କଲେ ପାଣି ହାଣ୍ଡିଏ ମିଳୁଛି । ଏମିତିକି ଲୋକେ ନାଗବଳୀ ନଦୀ ର ଅପରିଷ୍କାର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।

ବ୍ଳକରେ ଝାଡ଼ାବାନ୍ତି ଲାଗି ରହିଥିବା ବେଳେ ପୁଣି ଏକ ବିପଦକୁ ଜଳ ଓ ପରିମଳ ବିଭାଗ ଲୋକଙ୍କ ପାଇଁ କାଳ ସାଜିବ ବୋଲି ବୁଦ୍ଧିଜୀବୀ ମହଳରେ ଆଲୋଚନା ହେଉଛି । ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଓ ଠିକାଦାରଙ୍କ ତାଳମେଳ ରହୁନଥିବାରୁ ଗ୍ରାମବାସୀଙ୍କୁ ପାଣି ପାଇଁ କଷ୍ଠ ଭୋଗିବାକୁ ପଡୁଛି । ପାଇପ ସଜାଡ଼ିବା ପାଇଁ ୯ ଦିନ ସମୟ ଲାଗୁଥିଲେବି ଟେଙ୍କର ଯୋଗେ ପାଣି ଠିକସେ ଯୋଗାଉ ନଥିବାରୁ ଗ୍ରାମବାସୀମାନେ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ନଦୀ ନାଳକୁ ଦିବାକୁ ପଡୁଛି ।

ଗତ ୬ ଦିନ ଧରି ସରପଞ୍ଚ ଗୌତମ ବର୍ଲି ପାଣି ଟାଙ୍କି ମାଧ୍ୟମରେ ଯୋଗାଉ ଥିଲେବି ଲୋକଙ୍କୁ ପାଣି ନିୟଣ୍ଟ ହେଉଛି । ଗୋଟିଏ ପକ୍ଷେ ସ୍ୱଚ୍ଛ ଭାରତ ପାଈଁ ସମସ୍ତେ କାର୍ଯ୍ୟ କରୁଥିବା ବେଳେ ଏଠାରେ ଲୋକଙ୍କ ପାଖରେ ପାଣି ନଥାଇ ବହୁତ ହଇରାଣ ହେଉଛନ୍ତି । ସଦର ଗ୍ରାମରେ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ସହ ସହ ଗ୍ରାମବାସୀ । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉବାରୁ ସରପଞ୍ଚ ସାହି ସାହିରେ ଟେଙ୍କର ମାଧ୍ୟମରେ ପାଣି ଯୋଗାଉଥିବା ଦେଖିବାକୁ ମିଳିଛି ।