-5.7 C
Innichen
Friday, December 2, 2022

ରାଜ୍ୟ ସ୍ତରୀୟ ୨୦ତମ ମଦର ଟେରେସା କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୯) : ସୁନ୍ଦରଗଡ଼ ଠାରେ ଓଡ଼ିଶା ଆଇସିଏସଇ ସ୍କୁଲ ସଂଘ ପକ୍ଷରୁ ଆୟୋଜିତ ହୋଇଥିବା ସବ୍ ଜୁନିଅର ରାଜ୍ୟ ସ୍ତରୀୟ ୨୦ତମ ମଦର ଟେରେସା କୁଇଜ୍ ପ୍ରତିଯୋଗିତାରେ ସୋନପୁର ର ସେଣ୍ଟ ଆନସ କନଭେଣ୍ଟ ସ୍କୁଲ ର ସପ୍ତମ ଶ୍ରେଣୀ ଛାତ୍ର ଅର୍ଣ୍ଣବ କୁମାର ସାହୁ ଓ ଅର୍ଜୁନ କୁମାର ବଘାର ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

ରାଜ୍ୟ ସ୍ତରୀୟ ୨୦ତମ ମଦର ଟେରେସା କୁଇଜ ପ୍ରତିଯୋଗିତା କୁ ଜାତୀୟ ସ୍ତର ର କୁଇଜ ମାଷ୍ଟର ଡ଼. ଅରୁଲ ମଣି ପରିଚାଳନା କରିଥିବା ବେଳେ ପ୍ରତିଯୋଗିତା ଟି ସୁନ୍ଦରଗଡ଼ ର ସେଣ୍ଟ ଥେରେସା ଇଂଲିଶ ସ୍କୁଲ ଠାରେ ଅନୁଷ୍ଠିତ ହୋଇଥିଲା । ପୁରସ୍କାର ସ୍ୱରୂପ ଉଭୟଙ୍କୁ ଟ୍ରଫି, ପ୍ରମାଣ ପତ୍ର ଓ ଦୁଇ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯାଇଛି । ଏ ଦୁହିଁ ଙ୍କ ସଫଳତାରେ ଜିଲ୍ଲାର ଶିକ୍ଷାପ୍ରେମୀ ଆନନ୍ଦ ପ୍ରକଟ କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Related Articles

Stay Connected

0FansLike
3,589FollowersFollow
20,300SubscribersSubscribe
- Advertisement -spot_img

Latest Articles