ବୃଦ୍ଧାଙ୍କୁ ମାରି ଲୁଟି ନେଲେ ସୁନା ଅଳଙ୍କାର : ଛିଣ୍ଡି ଯାଇଛି କାନ ଓ ନାକ

0
109
ବୃଦ୍ଧାଙ୍କୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୧୧/୦୯) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକ ନିକଟରେ ଘରେ ପଶି ଜଣେ ବୃଦ୍ଧାଙ୍କୁ ହତ୍ୟା କରିବା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ମୃତ ବୃଦ୍ଧାଙ୍କ ନାଁ ଆଡ଼ି ପାତ୍ର । ତାଙ୍କୁ ୭୦ ବର୍ଷ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ଆଡ଼ି ଘରେ ଶୋଇଥିବା ବେଳେ ତାଙ୍କ ସ୍ୱାମୀ ବାହାରେ ଶୋଇଥିଲେ । ଏହି ସମୟରେ କେହି ଦୁର୍ବୃତ୍ତ ପଶି ବୃଦ୍ଧାଙ୍କୁ ହତ୍ୟା କରିବା ସହ ସେ ତାଙ୍କ ବେକ, କାନ ଓ ନାକରେ ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେଇଛନ୍ତି ।

କାନ ଓ ନାକରେ ଆଡ଼ି ପିନ୍ଧିଥିବା ଅଳଙ୍କାରକୁ ନେବା ପାଇଁ ଦୁର୍ବୃତ୍ତ ସେଗୁଡ଼ିକୁ ଟାଣି ଦେଇଛନ୍ତି । ଫଳରେ ତାଙ୍କ ନାକ ଓ କାନ ଛିଣ୍ଡି ଯାଇଛି । ଏହା ସହିତ ଘରେ ଆଲମାରୀରେ ରଖାଯାଇଥିବା ଅନ୍ୟ ସୁନା ଅଳଙ୍କାର ଓ ବାକ୍ସରେ ଥିବା ୫୦ ହଜାର ଟଙ୍କାକୁ ଦୁର୍ବୃତ୍ତ ନେଇ ଯାଇଛନ୍ତି । ପୁଲିସ୍ ଘଟଣାସ୍ଥଳ ଯାଞ୍ଚ କରିଥିବା ବେଳେ ତଦନ୍ତ ଜାରି ରଖିଛି ।