ଏଲ୍ ଆଇ ସି ବ୍ରହ୍ମପୁର ମଣ୍ଡଳ ପ୍ରବନ୍ଧକଙ୍କ ରାୟଗଡା ଗସ୍ତ

0
178
ଏଲ୍ ଆଇ ସି

8a1c4bbd 9271 42ea af07 b032ef046370 ଏଲ୍ ଆଇ ସି ବ୍ରହ୍ମପୁର ମଣ୍ଡଳ ପ୍ରବନ୍ଧକଙ୍କ ରାୟଗଡା ଗସ୍ତରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୧୮/୦୩) : ଆଜି ଭାରତୀୟ ଜୀବନ ବୀମା ନିଗମ (ଏଲ୍ ଆଇ ସି), ବ୍ରହ୍ମପୁର ମଣ୍ଡଳ ର ମଣ୍ଡଳ ପ୍ରବନ୍ଧକ ଶ୍ରୀଯୁକ୍ତ ଶ୍ରୀକାନ୍ତ ଦାରା ଚଳିତ ଆର୍ଥିକ ବର୍ଷ ର ଶାଖା କାର୍ଯ୍ୟାଳୟ ଗସ୍ତ କାର୍ଯ୍ୟକ୍ରମରେ ଆସି ରାୟଗଡାରେ ପହଞ୍ଚିବା ପରେ ତାଙ୍କୁ ରାୟଗଡା ଶାଖା ପକ୍ଷରୁ ହାର୍ଦ୍ଦିକ ସ୍ୱାଗତ କରାଯାଇଥିଲା ।

କାର୍ଯ୍ୟକ୍ରମ ର ଶୁଭାରମ୍ଭକୁ ସଦା ସ୍ମରଣୀୟ କରି ସ୍ଥାନୀୟ କସ୍ତୁରୀ ନଗର ସ୍ଥିତ “ଜୀବନ ଜ୍ୟୋତି” କାର୍ଯ୍ୟାଳୟ ପରିସରରେ ଶ୍ରୀଯୁକ୍ତ ଦାରା ମହୋଦୟ ବୃକ୍ଷ ରୋପଣ କରିଥିଲେ । ଏହି ଏଲ୍ ଆଇ ସି କାର୍ଯ୍ୟକ୍ରମରେ ରାୟଗଡା ଶାଖା ର ବରିଷ୍ଠ ଶାଖା ପରିଚାଳକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପାତ୍ରଙ୍କ ସମେତ ବହୁ ଅଭିକର୍ତ୍ତା, ଉନ୍ନୟନ ଅଧିକାରୀ ତଥା କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ପରେ ପରେ ଅର୍ଦ୍ଧ ଶତକଧାରୀ ଅଭିକର୍ତ୍ତା, ଶତକଧାରୀ ଅଭିକର୍ତ୍ତା ଓ ଉନ୍ନୟନ ଅଧିକାରୀଙ୍କ ସମେତ କାର୍ଯ୍ୟାଳୟ ପରିଚାଳନା ସହ ଜଡିତ ଅଧିକାରୀ ଓ କର୍ମଚାରୀଙ୍କ ସହ ବିପଣନ ତଥା ସେବା ପରିଚାଳନାଦି କ୍ଷେତ୍ରର ବିଭିନ୍ନ ବିଷୟ ଆଧାରିତ ଆଲୋଚନା ଓ ମତ ବିନିମୟ କାର୍ଯ୍ୟକ୍ରମ ମାନଙ୍କରେ ସେ ପୌରାହିତ୍ୟ କରିବେ ବୋଲି ଜଣା ଯାଇଛି ।