ସ୍କୁଲ ଉପରେ ଏୟାର୍‌ ଷ୍ଟ୍ରାଇକ୍‌ : ୭ ଶିଶୁଙ୍କ ସମେତ ୧୩ ମୃତ

0
168
ସ୍କୁଲ ଉପରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୦/୦୯) : ସ୍କୁଲ ଉପରେ ହେଲା ଏୟାର ଷ୍ଟ୍ରାଇକ୍‌ । କେବଳ ସ୍କୁଲ ନୁହେଁ ଗାଁ ଉପରେ ମଧ୍ୟ ଏୟାର ଷ୍ଟ୍ରାଇକ୍‌ କରଯାଇଛି । ଏଥିରେ ୭ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି କିଛି ଘଟଣା ଘଟିଛି ମିଆଁମାର୍‌ରେ ।

ଏକ ସରକାରୀ ହେଲିକପ୍ଟର ସ୍କୁଲ ଉପରେ ଓ ଏକ ଗାଁ ଉପରେ ଅକ୍ରମଣ କରିଛି । ସ୍କୁଲ ପ୍ରଶାସନକ ଓ ସହାୟତା କର୍ମୀ ସୋମବାର ଏ ନେଇ ସୂଚନା ଦେଇଥିଲେ । ଦେଶ ର ଦ୍ୱିତୀୟ ବୃହତ୍ତମ ସହର ମାଣ୍ଡେଲା ଠାରୁ ପ୍ରାୟ ୧୧୦ କିଲୋମିଟର ଦୂରରେ ଥିବା ତାବାଇନ୍‌ ର ଲେଟେ ୟାଟ୍ କୋନ୍ ଗ୍ରାମରେ ଏହି ଆକ୍ରମଣ ହୋଇଛି ।

ଜଣେ ସ୍କୁଲ ପ୍ରଶାସକ କହିଛନ୍ତି ଯେ ଗାଁ ର ଉତ୍ତରରେ ବୁଲୁଥିବା ଚାରିଟି ଏମ୍‌ଆଇ -୩୫ ହେଲିକପ୍ଟର ମଧ୍ୟରୁ ଦୁଇଟି ମେସିନ ବନ୍ଧୁକ ଏବଂ ଭାରୀ ଅସ୍ତ୍ରରେ ସ୍କୁଲ ଉପରେ ଆକ୍ରମଣ କରିବା ଆରମ୍ଭ ହୋଇଥିଲା । ଏହା ପରେ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ସ୍ଥାନ କୁ ନେବାକୁ ଚେଷ୍ଟା କରିଯାଇଥିଲା । ଏହି ଆକ୍ରମଣରେ ବିଦ୍ୟାଳୟର ୬ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ନିକଟସ୍ଥ ଏକ ଗ୍ରାମରେ ଜଣେ ୧୩ ବର୍ଷ ର ନାବାଳକକୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିବା ସେ କହିଛନ୍ତି ।

ସ୍କୁଲ ଆଡମିନିଷ୍ଟ୍ରେଟର ମାର ମାର କହିଛନ୍ତି ଯେ ଶୁକ୍ରବାର ବିମାନ ଗୁଡିକ ହଠାତ୍‌ ଗାଁ ଉପର ଦେଇ ଯାତ୍ରା କରିଥିଲା । ଏହାପରେ ଆଖିବୁଜା ଗୁଳିମାଡ କରିଥିଲା ବିମାନ । ଏହି ଆକ୍ରମଣ ପରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନ କୁ ନେବା ପାଇଁ ଚେଷ୍ଟା କରାଯାଇଥିଲା ।

ଗତ ଶୁକ୍ରବାର ସାଗାଇଙ୍ଗ ଅଞ୍ଚଳ ର ତାବାୟିନ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଥିବା ଶିଶୁଙ୍କ ସଂଖ୍ୟା ଗତ ବର୍ଷ ଫେବୃଆରୀରେ ସେନା କ୍ଷମତା ହାସଲ କରିବା ପରଠାରୁ ସର୍ବାଧିକ ବୋଲି ଜଣାପଡିଛି । ସେନା ର ଅକ୍ତିଆର ପରେ ଦେଶରେ ବ୍ୟାପକ ହିଂସାତ୍ମକ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା ।

ୟୁନିସେଫ ଦ୍ୱାରା ଜାରି ଏକ ରିପୋର୍ଟ ଅନୁଯାୟୀ, ସାଗିଙ୍ଗରେ ଭୟଙ୍କର ହେବାରେ ଲାଗିଛି ଲଢ଼େଇ । ଏଠାରେ ସେନା ଅନେକ ଆକ୍ରମଣାତ୍ମକ କାର୍ଯ୍ୟ ଆରମ୍ଭ କରିଛି । କିଛି ମାମଲାରେ ଗାଁକୁ ଜଳାଇ ମଧ୍ୟ ଦିଆଯାଇଛି ।