ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

0
119
ସ୍ଵଚ୍ଛତା ହିଁ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୧/୦୯) : ହରଭଙ୍ଗା ବ୍ଲକ ପୁରୁଣାକଟକ ଗ୍ରାମ ପଞ୍ଚାୟତ ପରିସରରେ ଜିଲ୍ଲା ଜଳ ଓ ପରିମଳ ମିଶନ ଏବଂ ପୁରୁଣାକଟକ ଗ୍ରାମ ପଞ୍ଚାୟତ ର ମିଳିତ ଆନୁକୂଲ୍ୟରେ ସରପଞ୍ଚ ଅଶୋକ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର, ସମ୍ମାନୀତ ଅତିଥି ଭାବେ ହରଭଙ୍ଗା ବିଡ଼ିଓ ରବୀନ୍ଦ୍ରନାଥ କହଁର, ଭୈରବୀ ଡ଼ିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିବା ସହ ପରିବେଶକୁ ବାହ୍ୟ ମଳମୁକ୍ତ କରିବା ନିମନ୍ତେ ଅଡେନିଗଡ଼, ଭଳିଆଗୋରା, ଶ୍ୟାମସୁନ୍ଦରପୁର ଓ କମଲପୁର ଗ୍ରାମରେ ପୋଖରୀ ନିକଟରେ ଆଦର୍ଶ ଶୌଚାଳୟ ନିର୍ମାଣ ନିମନ୍ତେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଏକ ସଚେତନତା ଶୋଭାଯାତ୍ରା କରିବା ସହ ପୁରୁଣାକଟକ ର ବିଭିନ୍ନ ସ୍ଥାନକୁ ସଫା କରାଯାଇଥିଲା ।

ଜିଲ୍ଲା ଜଳ ଓ ପରିମଳ ମିଶନ ର କନିଷ୍ଠ ଯନ୍ତ୍ରୀ ପ୍ରଦୀପ ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପାରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ର କନିଷ୍ଠ ଜନ୍ତ୍ରୀ ଗଗନ କୁମାର ବିନ୍ଧାଣି, ଜାତୀୟ ସେବା ଯୋଜନା ଅଧିକାରୀ ରଞ୍ଜିତ କୁମାର ସାମଲ, ପୁରୁଣାକଟକ ବଣିକ ସଂଘ ର ବରିଷ୍ଠ ସଦସ୍ୟ କୈଳାସ ଅଗ୍ରୱାଲ, ବୁଦ୍ଧିଜୀବୀ ବାଳକୃଷ୍ଣ ନାୟକ, ନେହେରୁ ଯୁବକେନ୍ଦ୍ର କର୍ମକର୍ତ୍ତା ସୁଧିର ଦୀପଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।