ସୁଶ୍ରୀ ଆଇଟିଆଇ ଠାରେ ଉଦ୍ୟୋଗୀ ସଚେତନତା ଶିବିର ଅନୁଷ୍ଠିତ

0
151
ସୁଶ୍ରୀ ଆଇଟିଆଇ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୩/୦୯) : ବଲାଙ୍ଗୀର ସଦେଇପାଳିସ୍ଥିତ ସୁଶ୍ରୀ ଆଇଟିଆଇ ଠାରେ ଭାରତ ସରକାରଙ୍କ MSME ବିଭାଗ ତରଫରୁ ଉଦ୍ୟୋଗୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 09 24 at 1.04.05 PM 1 ସୁଶ୍ରୀ ଆଇଟିଆଇ ଠାରେ ଉଦ୍ୟୋଗୀ ସଚେତନତା ଶିବିର ଅନୁଷ୍ଠିତ

ଉତ୍ସବରେ MSME ବିକାଶ ଏବଂ ସୁବିଧା କେନ୍ଦ୍ର ରାଉରକେଲା ର ସହକାରୀ ନିର୍ଦ୍ଦେଶକ ଇଂ ଦୀପକ ନାୟକ MSME ତରଫରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ବିଷୟରେ ଆଇଟିଆଇ ର ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ । ସୁଶ୍ରୀ ଆଇଟିଆଇ ର ଅଧ୍ୟକ୍ଷ ଇଂ ସନ୍ତୋଷ ବ୍ରହ୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରକୁ ଇଂ ସ୍ୱାଧୀନ ମିଶ୍ର ପରିଚାଳନା କରିଥିଲେ ।

ଉତ୍ସବରେ ରାମଜୀ ଯୁବକ ସଂଘ ସମ୍ପାଦକ ଇଂ ନାରାୟଣ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାବଲମ୍ବୀ ହେବାକୁ କହିଥିଲେ । ଅନୁଷ୍ଠାନ ର କର୍ମକର୍ତ୍ତା ବିକାଶ ରଞ୍ଜନ ବାଗ, ଅନିତାରାଣୀ ଛତ୍ରିଆ, ଗଣେଶ୍ୱର ଶତପଥି, ଆଶିଷ ମିଶ୍ର, ନିଶାରକାନ୍ତ ନାଗ, ସୁଧାକର ସାହୁ, ଦିଗାମ୍ବର ସାଏ ପ୍ରମୁଖ ସହଯୋଗ କରିଥିଲେ । ATO ମୁକେଶ ନାଏକ ଧନ୍ୟବାଦ ଦେଇଥିଲେ ।