ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ଆର୍ସେଟି ଦ୍ୱାରା ଫୋଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କାର୍ଯ୍ୟକ୍ରମ ଉଦ୍ଘାଟିତ

0
165
ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୨୨/୦୭) : ୨୨/୦୭/୨୦୨୨ ଦିନ ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ଆର୍ସେଟି ଦ୍ୱାରା ଏକ ୩୦ ଦିନିଆ ଫୋଟୋଗ୍ରାଫି ଓ ଭିଡ଼ିଓଗ୍ରାଫି ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାର ୮ ଟି ବ୍ଲକ ରୁ ୩୦ ଜଣ ପ୍ରାର୍ଥୀ ପ୍ରଶିକ୍ଷଣରେ ଯୋଗଦାନ କରିଛନ୍ତି । ଏହି ଉଦଘାଟନୀ ଅବସରରେ ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ RBO ର Regional Manager ଶ୍ରୀଯୁକ୍ତ ଭଗତ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦାନ ଦେଇଥିଲେ ଏବଂ ଅନ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ଶାନ୍ତନୁ ସାହୁ Chief Manager, Sales ମଞ୍ଚରେ ଉପସ୍ଥିତ ଥିଲେ ।

ଏହି ଉତ୍ସବରେ ଅନୁଷ୍ଠାନ ର ନିର୍ଦ୍ଦେଶକ ଶ୍ରୀ କୃଷ୍ଣ ଚନ୍ଦ୍ର ନାଏକ RSETI ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରାଇଥିଲେ ଏବଂ ତାଲିମକୁ ଭବିଷ୍ୟତରେ କାମରେ ଲଗାଇ ରୋଜଗାର ବୃଦ୍ଧି ପାଇଁ ମତ ବ୍ୟକ୍ତ କରିଥିଲେ । ପ୍ରଶିକ୍ଷକ ଶ୍ରୀ ହିମକାନ୍ତ ଶତପଥି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ ସହାକାରୀ ସୁଧୀର କୁମାର ବେହେରା ଓ ସାଗରିକ ହୋତା ସହଯୋଗ କରିଥିଲେ ଏବଂ କାର୍ଯ୍ୟକ୍ରମକୁ ଅନ୍ତିମରେ ପ୍ରଶିକ୍ଷକ ଶ୍ରୀ ସୂର୍ଯ୍ୟମଣି ପଧାନ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।