ପାରିବାରିକ କଳହକୁ ନେଇ ହତ୍ୟା ସନ୍ଧେହ, ୩ ବର୍ଷର ପୁଅକୁ ମାରି ବାପାର ଆତ୍ମହତ୍ୟା

0
182

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୧୨/୮) : ପାରିବାରିକ କଳହକୁ ନେଇ ମଦ ନିଶାରେ ୩ ବର୍ଷର ପୁଅକୁ ହତ୍ୟା କଲା ମଦପ୍ୟ ବାପା । ମଦ୍ୟପ ବାପାର ଅଭାବନୀୟ କାଣ୍ଡ । ୩ ବର୍ଷର ପୁଅକୁ ଶାଢ଼ୀର ଗୋଟିଏ ପଟେ ଫାଶୀ ଦେଇ ହତ୍ୟା କରିବା ପରେ, ସେହି ଶାଢ଼ୀର ଆଉ ଗୋଟେ ପାର୍ଶ୍ଵରେ ନିଜେ ବେକରେ ଲଗାଇ ଆତ୍ମହତ୍ୟା କଲା ବାପା ।

ପାରିବାରିକ କଳହକୁ ନେଇ ଏପରି ଘଟିଥିବା ଅନୁମାନ କରାଯାଉଛି । ଏହି ପରି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ। ଖବର ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚଚା ପଞ୍ଚାୟତର ଅର୍ଜୁନଗୁଡା ଗାଁର ପୀତବାସ ଭତ୍ରା ଗତକାଲି ରାତି ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରିଥିଲେ । ଏହାକୁ ସ୍ତ୍ରୀ ବିମଳା ମାଝୀ ସହ ଗଣ୍ଡଗୋଳ କରିଥିଲେ । ବିମଳାଙ୍କ ମାଡ଼ ମାରିବା ପାଇଁ ଗୋଡ଼ାଇଥିଲା, ସେ ଭୟରେ ଘର ପଛପଟେ ଲୁଚି ପଡିଥିଲା ।

ଦୁଇ ଘଣ୍ଟା କାଳ ଲୁଚିବା ପରେ ବିମଳା ଘର ଝରକାର ଫାଙ୍କ ଦେଇ ସ୍ୱାମୀ କଣ କରୁଛନ୍ତି ବୋଲି ଅନାଇବାରୁ ସ୍ୱାମୀ ବେକରେ ଦଉଡି ଲଗାଇ ଓହଳି ଥିବାର ଦେଖିଥିଲେ । ଏହାପରେ ପାଖ ଘରେ ଥିବା ଘରେ ରହୁଥିବା ଲୋକଙ୍କୁ ଡାକିଥିଲେ । ପୀତବାସର ବଡ଼ ଭାଇ ଆସି କବାଟ ଭାଙ୍ଗି ଦେଖିଲା ବେଳକୁ ଗୋଟିଏ ଶାଢୀରେ ୩ ବର୍ଷର ପୁଅ ଓ ବାପା ପୀତବାସ ଫାଶୀ ଝୁଲୁଥିବା ଦେଖିଥିଲେ ।

ଏହାପରେ ଦୁହିଁଙ୍କୁ ତଳକୁ କାଢିବା ବେଳକୁ ସେମାନଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଝରିଗାଁ ପୋଲିସକୁ ଗ୍ରାମବାସୀ ଖବର ଦେଇଥିଲା । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି ।