୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ

0
259

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୧୨/୮) : ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ । ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୁମିତ କୁମାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।c559b6f2 080c 4e1e b7c5 0a556562166b ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ

୧ କୋଟି ୬୭ ଲକ୍ଷ ଟଙ୍କାର ଗୋଟିଏ ପାଇପ୍ କାମର ଟେଣ୍ଡର ପାଇଥିବା କଣ୍ଟ୍ରାକଟର କାମର ଏଗ୍ରିମେଣ୍ଟ କରାଇବା ପାଇଁ କଣ୍ଟ୍ରାକ୍ଟରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କଣ୍ଟ୍ରାକ୍ଟର ଜଣକ ଲାଞ୍ଚ ଟଙ୍କା ନେଇ ଆକାଉଣ୍ଟାଣ୍ଟ ସୁମିତ ଦେଉଥିବା ବେଳେ ପୂର୍ବରୁ ଜଗିଥିବା ଭିଜିଲାନ୍ସ କର୍ମଚାରୀ ଆକାଉଣ୍ଟାଣ୍ଟ ନିକଟରୁ ଟଙ୍କା ଜବତ କରିବା ସହ ଆକାଉଣ୍ଟାଣ୍ଟ କୁ ଗିରଫ କରାଯାଇଛି ।

ଏଥିସହ ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ଓ ଅଫିସ ଚଢ଼ାଉ ଜାରି ରହିଥିବା ବେଳେ ଘରେ ଚଢ଼ାଉ ବେଳେ ୪୧ ହଜାର ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ବିଭାଗ ତରଫରୁ ସୂଚନା ଦିଆଯାଇଛି । ପୂର୍ବରୁ ମଧ୍ୟ ଆକାଉଣ୍ଟାଣ୍ଟ ବିଭିନ୍ନ କାମ ବାବଦରେ ଟଙ୍କା ନେଇଥିବା ଅଭିଯୋଗ ହେଉଥିଲା ସେ ନେଇ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ଡ଼ିଏସପି ସୂଚନା ଦେଇଛନ୍ତି । ଏହି ଚଢାଉରେ ଓଡ଼ିଶା ଭିଜିଲାନ୍ସର ଦୁଇଟି ଟିମ୍ ସାମିଲ ଥିଲେ । ତିନି ଜଣ ଡ଼ିଏସପି, ଦୁଇ ଇନ୍ସପେକ୍ଟର, ଜଣେ ଏଏସଆଇ, ତିନି କନେଷ୍ଟବଳ ଏହି ଚଢ଼ାଉ ରେ ସାମିଲ ଥିଲେ ।