ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ମେହେନ୍ଦି ପ୍ରତିଯୋଗିତା

0
263

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୨/୦୮) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଆଜି ଚଳିତ ବର୍ଷ ପାଇଁ ମେହେନ୍ଦି, ସଂଗୀତ, ନୃତ୍ୟାଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |c3a689ac df71 438b 8ced 3ed78bc063eb ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ମେହେନ୍ଦି ପ୍ରତିଯୋଗିତା

ମୁଖ୍ୟଅତିଥି ଭାବେ ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀ ଉପସ୍ଥିତ ରହି ଏହି ପ୍ରତିଯୋଗିତାକୁ ଆଗକୁ ନେଇଥିଲେ | ମେହେନ୍ଦି ପ୍ରତିଯୋଗିତାରେ ଅନିତା ଘଣ୍ଟାଲ, ସୁନିତା ଦୀପ, ବୈଶାଖୀ ମଲ୍ଲିକ ଯଥାକ୍ରମେ ପ୍ରଥମ ରୁ ତୃତୀୟ ସ୍ଥାନ ପର୍ଯ୍ୟନ୍ତ ଅଧକାର କରିଥିଲେ | ସଂଗୀତରେ ଭବାନୀ ମଲ୍ଲିକ ପ୍ରଥମ , ମନୀଷା ପ୍ରଧାନ ଦ୍ୱିତୀୟ , ଏବଂ ସ୍ୱସ୍ତିକ ନାଏକ ତୃତୀୟ ହୋଇଥିବାବେଳେ ନୃତ୍ୟାଭିନୟରେ ପ୍ରଜ୍ଞା ପରିମିତା ବେହେରା ପ୍ରଥମ,ସାଗରୀକା ପାତ୍ର ଦ୍ୱିତୀୟ, ପାୟଲ ସାହୁ ଓ ସୁନିତା ଦୀପ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି |678467c9 0d55 46e3 8dc9 86f5624c157c ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ମେହେନ୍ଦି ପ୍ରତିଯୋଗିତା

ପ୍ରତିଯୋଗିତା ର ବିଚାରକ ଭାବେ ଅଧକ୍ଷ ସଦାଶିବ ଜେନା ଅଧ୍ୟାପିକା ଧରିତ୍ରୀରାଣୀ କାନୁନଗୋ, ରବିନା ଷଡ଼ଙ୍ଗୀ, ଓ ଶ୍ରଦ୍ଧାଞ୍ଜଳି କଳତା ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ | ପ୍ରାୟ ଶତାଧିକ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଉପସ୍ଥିତ ରହିଥିଲେ | ବିଜୟୀ ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର ସହିତ ଟ୍ରଫି ପ୍ରଦାନ କରାଯିବ ବୋଲି ଅଧକ୍ଷ ପାଢ଼ୀ ସୂଚନା ଦେଇଛନ୍ତି |