ବିନିକା ବ୍ଲକ ପେକ୍ସ ସଭାପତି ମାନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ

0
152
ବିନିକା ବ୍ଲକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୩୦/୯) : ବିନିକା ପ୍ରାଥମିକ କୃଷି ସେବା ସମବାୟ ସମିତି କାର୍ଯ୍ୟାଳୟରେ ସମସ୍ତ ବିନିକା ବ୍ଲକ ପେକ୍ସ ସଭାପତି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବିନିକା ବ୍ଲକ ପେକ୍ସ ସଭାପତି ଆନନ୍ଦ କୁମାର ବାବୁ ଆହ୍ୱାନ କ୍ରମେ ବୈଠକରେ ଅଞ୍ଚଳ ର ୧୦ଟି ପେକ୍ସ ର ସମସ୍ତ ସଭାପତି ଯୋଗ ଦେଇଥିଲେ । ଏହି ବୈଠକରେ ଚାଷୀ ମାନଙ୍କର ଉନ୍ନତିକରଣ ବିଶେଷ କରି ଚାଷୀ ମାନେ କିପରି ସୁରୁଖୁରରେ ପେକ୍ସ ଗୁଡିକରେ ଧାନ ବିକ୍ରି କରିବେ ସେ ଉପରେ ଆଲୋଚନା ହୋଇଥିଲେ । ସେହିପରି ଚାଷୀ ମାନେ ଚାଷକାର୍ଯ୍ୟ ପାଇଁ ଉଚିତ ସମୟରେ କିପରି ବିହନ ଓ ସାର ପାଇ ପାରିବେ ସେ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ସମସ୍ତ ସଭାପତି ମାନଙ୍କୁ ନେଇ ଏକ ସଂଘ ଗଠନ କରାଗଲା । ସର୍ବ ସମ୍ମତି କ୍ରମେ ବିନିକା ପେକ୍ସ ସଭାପତି ଆନନ୍ଦ ବାବୁ ଙ୍କୁ ସଭାପତି ଭାବେ ଚୟନ କରାଯାଇଛି ।

ବୈଠକରେ ଶଙ୍କରା ପେକ୍ସ ସଭାପତି ଧର୍ମରାଜ ପଣ୍ଡା, ବାଉଁଶୁଣୀ ସଭାପତି ଚଞ୍ଚଳ ସା, ସେଲେଡି ସଭାପତି ସୁରେଶ ପୂଜାରୀ, ସିଂଘିଯୁବା ସଭାପତି ମନୋଜ ସାହୁ, ସିଲାଟି ସଭାପତି ବାବୁଲୁ ବିଶି, ଚରଦା ସଭାପତି ଚତୁର୍ଭୁଜ ଥନାପତି, ସିନ୍ଦୁରପୁର ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ମହଦା ସଭାପତି ଟୟ ଭୁଏ ପ୍ରମୁଖ ଉପସ୍ଥିତ ଥିଲେ ।