ବାଇକ ପୋଡି ମହିଳାଙ୍କୁ ପଥରରେ ବାନ୍ଧି କୂଅରେ ପକାଇଥିବା ଅଭିଯୋଗ

0
116
ବାଇକ ପୋଡି

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୧୪/୧୦) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ବାଇକ ପୋଡି ମହିଳାଙ୍କୁ କୂଅରେ ପକାଇ ହତ୍ୟା ଉଦ୍ୟମ କରାଯାଇଛି ।

ସୂଚନା ଅନୁସାରେ ଧାମନଗୁଡା ପଲାସପଡା ର ଚିତ୍ର ମାଝୀ ନାମକ ଜଣେ ପକ୍ଷାଘାତ ରୋଗୀ ନିଜ ବାଇକ ଓ ୨ ଟି ସାଇକେଲ ବାରଣ୍ଡାରେ ରଖି ପରିବାର ସହ ଶୋଇଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୁର୍ତ୍ତ ବାଇକରେ ନିଆଁ ଲଗେଇ ଦେଇଥିଲେ । ଏ ନେଇ ଘର ଲୋକେ ଜାଣିଲା ବେଳକୁ ସାଇକେଲ ସହ ବାଇକ ପୋଡି ଯାଇଥିଲା । ପଡୋଶୀ ଙ୍କ ସହାୟତାରେ ପରିବାର ଲୋକେ ନିଆଁ କୁ ଲିଭେଇବା ପାଇଁ ପାଖରେ ଥିବା କୂଅ ରୁ ପାଣି ଆଣିଯାଇ ଥିବାବେଳେ ସେଠାରେ ଏକ ମହିଳା ଗୋମତି ମାଝୀ ଙ୍କୁ କିଏ ପଥରରେ ବାନ୍ଧି ପକାଇଥିବା ଦେଖିବାକୁ ପାଇଥିଲେ ।

କିନ୍ତୁ ମହିଳା ଜଣକ କୂଅରେ ଲାଗିଥିବା ପାଇପ କୁ ଧରି ଜୀବନ ବଞ୍ଚାଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇଥିଲା ଓ ଗୁରୁତର ଅବସ୍ଥାରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । କିନ୍ତୁ କିଏ କାହିଁକି ଏପରି କାଣ୍ଡ ଘଟାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ଏ ନେଇ ଜୟପାଟଣା ମାମଲା ରୁଜ୍ଜୁ ହୋଇଥିବା ବେଳେ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।